fbpx

କ୍ରିକେଟ ଖେଳରୁ ଯୁବକଙ୍କୁ ବ୍ୟାଟରେ ପିଟି ହତ୍ୟା: କାଳ ପାଲଟିଗଲା କ୍ରିକେଟ ଖେଳ

ସୋନପୁର: କ୍ରିକେଟ ଖେଳକୁ ନେଇ ଘଟିଯାଇଛି ଏକ ତୁମୁଳକାଣ୍ଡ । ଏହି କ୍ରିକେଟ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଭଳି ଘଟଣା ଦେଖିବାକୁ ମିଳିଛି । କ୍ରିକେଟ ଖେଳୁଥିବା ସମୟରେ କିଛି ଯୁବକଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । କିନ୍ତୁ ପରେ ଏହା ଭୟଙ୍କର ରୂପ ନେଇଥିଲା । ଯାହାର ପରିଣାମରେ ଜଣେ ଯୁବକ ନିଜର ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଯୁବକ ହତ୍ୟାକାରୀ ପାଲଟି ଯାଇଛନ୍ତି ।

କ୍ରିକେଟ ଖେଳକୁ କେନ୍ଦ୍ର କରି ୨ ଜଣ ଯୁବକଙ୍କ ମଧ୍ୟରେ ସାମାନ୍ୟ ବଚସା ଆରମ୍ଭ ହୋଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଖୁବ ସମୟ ଧରି ପାଟିତୁଣ୍ଡ ହୋଇଥିଲା । ପରେ ଜଣେ ଯୁବକ ଉତ୍ୟକ୍ତ ହୋଇ ନିଜ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛନ୍ତି । ଫଳରେ ହାତରେ ଧରିଥିବା ବ୍ୟାଟରେ ସାମନାରେ ଥିବା ଯୁବକଙ୍କୁ ପିଟି ଦେଇଥିବା ଜାଣିବାକୁ ମିଳିଛି । ଫଳରେ ଯୁବକ ଜଣଙ୍କର ମୃତ୍ୟୁ ଘଟିଛି । ସୋନପୁର ସଦର ଥାନା ମେଣ୍ଡା ଗାଁରେ ଏଭଳି ଏକ ହତ୍ୟାକାଣ୍ଡ ଦେକିବାକୁ ମିଳିଛି । କ୍ରିକେଟ ଖେଳକୁ ନେଇ ଏହି ହତ୍ୟାକାଣ୍ଡ ସାରା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Get real time updates directly on you device, subscribe now.