ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଶବାସୀଙ୍କ ଲାଗି ଏକ ବହୁତ ଭଲ ବାର୍ତ୍ତା ରହିଛି । ଯଦି ଆମେ ସମସ୍ତେ ଏହି ସନ୍ଦେଶକୁ ଭଲ ଭାବରେ ପାଳନ କରିବା ତେବେ ରାମ ରାଜ୍ୟ ପ୍ର୍ରତିଷ୍ଠା ହେବାକୁ ବେଶୀ ସମୟ ଲାଗିବ ନାହିଁ ।
୨୨ ଜାନୁୟାରୀ ୨୦୨୪ ଏକ ଏପରି ଦିନ ପାଲଟିଯାଇଛି ଯାହାକୁ କେହି ବି ଭୁଲିପାରିବେ ନାହିଁ । ଅଯୋଧ୍ୟାରେ ନବନିର୍ମିତ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମନ୍ଦିରରେ ତ ଭଗବାନ ଆସିଗଲେ କିନ୍ତୁ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଘରକୁ ବି ଭଗବାନ ଆସନ୍ତୁ ତେବେ ଏହା ମଧ୍ୟ ହୋଇପାରିବ । ତେବେ ଏହା କିପରି ହେବ ଏ ବିଷୟରେ ଜଣେ ପାଇଲଟ୍ ବଡ ସହଜ ଭାବରେ ସମସ୍ତଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସମାଜ ପାଇଁ ରହିଛି ଏପରି ବାର୍ତ୍ତା ଯାହା ସମସ୍ତେ ଶୁଣିବା ଓ ଜାଣିବା ଉଚିତ ।
View this post on Instagram
ଭିଡିଓରେ ଏହି ପାଇଲଟ୍ କହୁଛନ୍ତି କି ଭଗବାନ ରାମ କେଉଁ କେଉଁ ମାନଙ୍କ ଘରକୁ ଆସିବେ । ବ୍ୟକ୍ତି ଜଣକ କହୁଛନ୍ତି, ସମସ୍ୟା ଏହା କି ରାମ ତ ଜଣେ, ସେ କାହା କାହା ଘରକୁ ଯିବେ । ସେ ଆହୁରି କହିଛନ୍ତି କୌଣସି ସାମଜ କିମ୍ବା ବ୍ୟକ୍ତିଙ୍କ ଅନାଦର କରି ଜୟ ଶ୍ରୀରାମ କହିଦେବା ଦ୍ୱାରା ପ୍ରଭୁ ଶ୍ରୀରାମ ଘର ଆସିବେ ନାହିଁ । ଏହାପରେ ସେ ନିଜ କଥାକୁ ବିସ୍ତୃତ ଭାବରେ ଉଦାହରଣ ସହ ରଖିଛନ୍ତି ।
୧-ଯିଏ ପିତାଙ୍କ ଗୋଟିଏ କଥାରେ ୧୪ ବର୍ଷ ବନରେ କାଟିବାକୁ ପ୍ରସ୍ତୁତ, ପ୍ରଭୁ ଶ୍ରୀରାମ ତାଙ୍କ ଘରକୁ ଆସିବେ ।
୨-ଯିଏ ଭାଇ ଲାଗି ସମସ୍ତ ସଂପତ୍ତି ତ୍ୟାଗ କରିବାକୁ ପ୍ରସ୍ତୁତ ରାମ ତାଙ୍କ ଘରକୁ ଆସିବେ ।
୩-ଯିଏ ପତ୍ନୀଙ୍କ ସମ୍ମାନ ଲାଗି ସାରା ଦୁନିଆ ସହ ଲଢିବାକୁ ପ୍ରସ୍ତୁତ ରାମ ତାଙ୍କ ଘରକୁ ଆସିବେ ।
ଆପଣମାନେ ଯେଉଁଦିନ ଏହି ସମସ୍ତ ତ୍ୟାଗ କରି ଘରେ ଥିବା ଆଇନାରେ ଦେଖିବେ ସେତେବେଳେ ଆପଣଙ୍କୁ ରାମ ହିଁ ନଜର ଆସିବେ । ସେ କହିଛନ୍ତି ରାମ କୌଣସି ଦେହଧାରୀ ନୁହଁନ୍ତି ସେ ଏକ ତ୍ୟାଗ ଭାବନା ଯାହା ନ କରିବାକୁ ଚାହିଁବା ତ ବହୁତ କଠିନ କିନ୍ତୁ କରିବାକୁ ଚାହିଁବା ତ ବହୁତ ସହଜ ସାଧନା ।