fbpx

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତାକୁ ନେଇ ସ୍ପଷ୍ଟିକରଣ ରଖିଲା ଓସେପା

ଭୁବନେଶ୍ୱର: ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତାକୁ ନେଇ ଅଭିଯୋଗକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତାକୁ ନେଇ ଓସେପାର ସ୍ପଷ୍ଟିକରଣ ସାମ୍ନାକୁ ଆସିଛି । EdCIL ପକ୍ଷରୁ ପରୀକ୍ଷାର ଆୟୋଜନ ଓ ଫଳାଫଳ ପ୍ରକାଶ ପାଇଥିବା କହିଛି ଓସେପା । ଅପରପକ୍ଷରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ନୂଆ ମୋଡ଼ । ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ପୂର୍ବ ପ୍ରକାଶିତ ଲିଷ୍ଟ ପ୍ରତ୍ୟାହାର ହୋଇଛି ନା ନାହିଁ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଜିଲ୍ଲା ୱାରୀ ମେରିଟ୍ ଲିଷ୍ଟ ଜାରି ହୋଇଥିବା କହିଲେ ରାଜ୍ୟ ସରକାର । ଆସନ୍ତା ୩୦ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟର୍କ୍ରମ ପ୍ରାଧିକରଣର ଶିକ୍ଷକ ନିଯୁକ୍ତି ପରୀ୪ାରେ ପ୍ରାର୍ଥୀଙ୍କ ଅଡମିଟ୍ କାର୍ଡ଼କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ପରୀକ୍ଷାରେ ଜଣେ ପ୍ରାର୍ଥୀଙ୍କ ନାମ ମାହାଲ ମାଣ୍ଡା ରହିଥିବା ବେଳେ ପିତାଙ୍କ ନାମ ସ୍ଥାନରେ ‘ମାହାଲ ମାଣ୍ଡା ପ୍ରୋ’ ରହିଥିବାର ଅଭିଯୋଗ ହୋଇଥିଲା । ତେବେ ଅଟେ ଜେନେରେଟେଡ଼ ଆଡମିଟ୍ କାର୍ଡ଼ କାରଣରୁ ହୋଇଥିବା ନେଇ ସ୍ପଷ୍ଟିକରଣ ଦେଇଥିଲେ ଓସେପା ନିର୍ଦ୍ଦେଶକ ଅନୁପମ ଶାହା ।

Get real time updates directly on you device, subscribe now.