fbpx

Instagram-Facebookରେ ଏବେ Safe ରହିବେ ଛୋଟ ପିଲା: ଛୁଆଙ୍କ ସହ କଣ୍ଟାକ୍ଟ କରିବା ହେବ କଷ୍ଟକର

ନୂଆଦିଲ୍ଲୀ: ୟୁଜରମାନଙ୍କ ସୁରକ୍ଷାକୁ ନେଇ ଲଗାତାର ପ୍ରୟାସ ଜାରି ରଖିଛି ସୋସିଆଲ ମିଡିଆ । ଇନଷ୍ଟାଗ୍ରାମ ଏବଂ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ଏବେ ଏହାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିଛି । ଛୋଟ ପିଲାମାନଙ୍କ ଆକାଉଣ୍ଟ ସହ କଣ୍ଟାକ୍ଟ କରିବା ଏବେ କଷ୍ଟକର ହୋଇ ପଡ଼ିବ ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି । ଏହା ଉପରେ ମେଟା କାର୍ଯ୍ୟ କରୁଥିବା ଜଣାଯାଇଛି । ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଦେଶରେ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଏହି ପ୍ଲାଟଫର୍ମରେ ଅନ୍ୟମାନଙ୍କ ସହ କଣ୍ଟାକ୍ଟ କରିବା କଷ୍ଟକର ହୋଇଯିବ ।

ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଏକ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଛି ମେଟା । ଯାହା ଫଳରେ ପିଲାମାନଙ୍କ ସହ ଅଯଥା ସମ୍ପର୍କ କରିବା ଭଳି ଘଟଣାକୁ କମ୍ କରାଯାଇ ପାରିବ । ତେବେ ମେଯାର ଏହି ପରିବର୍ତ୍ତନ ଖୁବ ସହାୟକ ହୋଇପାରେ । ଏହି ପରିବର୍ତ୍ତନ ପରେ କୌଣସି ଅଜଣା ବ୍ୟକ୍ତି ଛୋଟ ପିଲାଙ୍କ ସହ ଯୋଗାଯୋଗ କରିବା କିମ୍ବା ସେମାନଙ୍କ ପୋଷ୍ଟରେ କମେଣ୍ଟ କରିବା ଖୁବ କଷ୍ଟକର ହୋଇପଡ଼ିବ । ଏହାସହିତ ଏସବୁ ଘଟଣାର ତଥ୍ୟ ପିଲାର ପିତାମାତାଙ୍କ ପାଖରେ ମଧ୍ୟ ରହିବ । କିଛିଟା ସେଟିଙ୍ଗରେ ଏହାକୁ ନିୟନ୍ତ୍ରଣ କରି ପାରିବେ ପିଲାମାନଙ୍କ ପ୍ୟାରେଣ୍ଟସ ।

ପିଲାମାନଙ୍କୁ କେବଳ ସେମାନେ ଫଲୋ କରିଥିବା ୟୁଜରମାନେ ହିଁ ମେସେଜ କରିପାରିବେ । ଇନଷ୍ଟାଗ୍ରାମ କିମ୍ବା ଫେସବୁକରେ ପିଲାମାନେ ନିଜ ଆକାଉଣ୍ଟରୁ ଫଲୋ କରୁ ନଥିବା ବ୍ୟକ୍ତି ମେଟାର ଏହି ପରିବର୍ତ୍ତନ ପରେ ସେମାନଙ୍କୁ ମେସେଜ କରିପାରିବେ ନାହିଁ । ଏହାବ୍ୟତୀତ କେବଳ ପିଲାମାନେ ଜାଣିଥିବା ଲୋକମାନେହିଁ ସେମାନଙ୍କ ପୋଷ୍ଟରେ ନିଜର କମେଣ୍ଟ କରିପାରିବେ । ଅନ୍ୟ କୌଣସି ଅଜଣା ବ୍ୟକ୍ତି ପିଲାମାନଙ୍କ ପୋଷ୍ଟ କରିବେ ନାହିଁ ବୋଲି ଜାଣିବାକୁ ମିଳିଛି । ‘ସର୍ଚ୍ଚ ବାର’ରେ ମଧ୍ୟ ପିଲାମାନଙ୍କ ଆକାଉଣ୍ଟ ଖୁବ କମ୍ ଦେଖା ଯାଇଥାଏ । ଏହାଦ୍ୱାରା ଅଜଣା ଲୋକମାନେ ପିଲାଙ୍କ ସଂସ୍ପର୍ଶରେ ଆସିବା ସମ୍ଭାବନାକୁ କମ୍ କରିଥାଏ । ପିଲାମାନଙ୍କ ସୁରକ୍ଷା ପାଇଁ ଏହି ପରିବର୍ତ୍ତନ ଗୁଡ଼ିକ ଆସିବା ନିହାତି ଆବଶ୍ୟକ ।

ଇନଷ୍ଟାଗ୍ରାମରେ ସୁପରଭାଇଜ୍ଡ ଆକାଉଣ୍ଟ ପାଇଁ ବର୍ତ୍ତମାନ ଡିଫଲ୍ଟ ସୁରକ୍ଷା ଏବଂ ପ୍ରାଇଭେସୀ ସେଟିଂ ପରିବର୍ତ୍ତନ କରିବା ପାଇଁ ପିଲାଙ୍କୁ ପିତାମାତାଙ୍କ ଅନୁମତିର ଆବଶ୍ୟକ ପଡ଼ିବ । ପିତାମାତାଙ୍କୁ ଏକ ନୋଟିଫିକେସନ ମିଳିବ ଏବଂ ସେମାନେ ସେଟିଂକୁ ପରିବର୍ତ୍ତନ କରିବା ଅନୁରୋଧକୁ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିପାରିବେ ।

Get real time updates directly on you device, subscribe now.