fbpx

BREAKING NEWS: ବ୍ରିଜରୁ ନଦୀକୁ ଖସି ପଡି ୩ ବାଇକ ଆରୋହୀ ନିଖୋଜ

ଓଡିଶା ଭାସ୍କର: ବ୍ରିଜରୁ ନଦୀକୁ ଖସି ପଡି ୩ ବାଇକ ଆରୋହୀ ନିଖୋଜ ସୂଚନା। ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ତେଲ ନଦୀ ବ୍ରିଜ ଉପରେ ଏକ ପିକଅପ ଭ୍ୟାନ୍ ସହ ବାଇକ ଧକ୍କା ହୋଇଥିଲା । ତେବେ ଏହି ଦୁର୍ଘଟଣା ଫଳରେ ଉକ୍ତ ୩ ବାଇକ ଆରୋହୀ ନଦୀକୁ ଖସି ପଡିଥିବା ଜଣାପଡ଼ିଛି। ତେବେ ନିଖୋଜ ବ୍ୟକ୍ତି ମାନଙ୍କୁ ବର୍ତ୍ତମାନ ଖୋଜାଖୋଜି ଜାରି ରହିଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଥିବା ଜଣାପଡିଛି।

 

Get real time updates directly on you device, subscribe now.