fbpx

ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ! ପାନ୍ କାର୍ଡ ସଂଯୋଗ ନଥିଲେ… ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆପଣଙ୍କର ଆକାଉଣ୍ଟ ଅଛି କି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ତେବେ କିଛି ଦିନରୁ ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି ହେଉଛି ଯେ ଯଦି ଆପଣ ନିଜ ଆକାଉଣ୍ଟକୁ ପାନ କାର୍ଡ ସହିତ ଲିଙ୍କ ନକରନ୍ତି, ତେବେ ଆପଣଙ୍କ ଆକାଉଣ୍ଟକୁ ବ୍ଲକ୍ କରାଯିବ । ଯଦି ଆପଣଙ୍କୁ ମଧ୍ୟ ଏପରି ମେସେଜ୍ ମିଳିଛି, ତେବେ ଏହାକୁ ବିଶ୍ୱାସ କରିବା ପୂର୍ବରୁ ଏହି ମେସେଜର ସତ୍ୟତା ଜାଣନ୍ତୁ । ଏହି ବିଷୟରେ ସୂଚନା ଦେଇ ପିଆଇବି ଫ୍ୟାକ୍ଟ ଚେକ୍ ବହୁତ ଗମ୍ଭୀର ଖୁଲାସା କରିଛି ।

ବାର୍ତ୍ତାର ସତ୍ୟତା କ’ଣ?

ଏହି ପ୍ରସଙ୍ଗରେ ପ୍ରେସ୍ ଇନଫରମେସନ ବ୍ୟୁରୋ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ସୂଚନା ଦେଇଛି ଯେ ଗତ କିଛି ଦିନ ହେବ ଠକମାନେ ଷ୍ଟେଟ୍ ବ୍ୟାଙ୍କ ନାମରେ ଲୋକଙ୍କୁ ବାର୍ତ୍ତା ପଠାଉଛନ୍ତି ଯେ ଯଦି ଆପଣ ନିଜ ଆକାଉଣ୍ଟରେ ପାନ୍ ନମ୍ବର ଅପଡେଟ୍ ନକରନ୍ତି ନାହିଁ, ତେବେ ଆପଣଙ୍କ ଆକାଉଣ୍ଟ ବ୍ଲକ୍ ହୋଇଯିବ । ଏହା ସହିତ ଆପଣଙ୍କୁ କଲ୍ କିମ୍ବା ଯେକୌଣସି ଲିଙ୍କ୍ ମାଧ୍ୟମରେ ପାନ ସୂଚନା ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଉଛି । ଯଦି ଆପଣ ଏପରି କୌଣସି ମେସେଜ ପାଇଛ, ତେବେ ଭୁଲରେ ମଧ୍ୟ ଏହାକୁ ବିଶ୍ୱାସ କର ନାହିଁ । ଏହି ମେସେଜ୍ ସଂପୂର୍ଣ୍ଣ ନକଲି ।

ଷ୍ଟେଟ ବ୍ୟାଙ୍କ ସବୁବେଳେ ଏହାର ଗ୍ରାହକମାନଙ୍କୁ ସତର୍କ କରାଏ ଯେ ବ୍ୟାଙ୍କ କାହାକୁ କଲ କିମ୍ବା ମେସେଜ କରି ସେମାନଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା ଅପଡେଟ୍ କରିବାକୁ ପରାମର୍ଶ ଦିଏ ନାହିଁ । ଚଇଘ ବିବରଣୀ ଅପଡେଟ୍ କରିବାକୁ ବ୍ୟାଙ୍କ କୌଣସି ପ୍ରକାର ଲିଙ୍କ୍ ପଠାଏ ନାହିଁ । ଏହା ସହିତ ବ୍ୟାଙ୍କ ଆହୁରି ମଧ୍ୟ କହିଛି ଯେ ଯଦି କୌଣସି ବ୍ୟକ୍ତି ସାଇବର ଅପରାଧର ଶିକାର ହୁଅନ୍ତି, ତେବେ ଏପରି ପରିସ୍ଥିତିରେ ସେ ୧୯୩୦ ନମ୍ବରରେ କିମ୍ବା ଇମେଲ [email protected] ମାଧ୍ୟମରେ ସାଇବର କ୍ରାଇମ ସେଲରେ ଅଭିଯୋଗ କରିପାରିବେ ।

Get real time updates directly on you device, subscribe now.