ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା । ସେ ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ଥିଲେ । ସେହି ରୋଗ କାରଣରୁ ତାଙ୍କର ବିୟୋଗ ଘଟିଥିବା କୁହାଯାଉଛି । ପୁନମଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଏକ ପୋଷ୍ଟ ଶେୟାର କରି ସୂଚନା ଦିଆଯାଇଛି ।
ତେବେ ପୁନମଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଲାଗିଛି ଏକ ବଡ଼ ଝଟକା । ଅନେକ ଏହି ଖବରକୁ ବିଶ୍ୱାସ କରିପାରୁ ନାହାନ୍ତି । ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖାଯାଇଛି, ‘ଆଜି ଏକ ବଡ଼ ମୁସ୍କିଲ ଓ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗର୍ଭାଶୟ କର୍କଟ ରୋଗୀରେ ପୀଡ଼ିତ ହୋଇ ଆମର ଆଦରର ପୁନମ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପୁନମଙ୍କ ସହ ସମୟ ବିତାଇଥିବା ବ୍ୟକ୍ତିବିଶେଷ ବହୁତ ସ୍ନେହ, ଶ୍ରଦ୍ଧା ପାଇଥିଲେ । ଆପଣମାନେ ଏଭଳି ସ୍ଥିତିରେ ଆମର ପ୍ରାଇଭେସି ପ୍ରତି ଧ୍ୟାନ ଦିଅନ୍ତୁ । ଏହି ପୋଷ୍ଟକୁ ପୁନମଙ୍କ ଅନେକ ଫ୍ୟାନ୍ସ ବିଶ୍ୱାସ କରୁନାହାନ୍ତି । ପୁନମ ଏ ଦୁନିଆକୁ ଛାଡ଼ି ଚାଲିଯାଇଛନ୍ତି ଏହାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି । ସେମାନେ କମେଣ୍ଟରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।’
ଭାରତୀୟ କ୍ରିକେଟ ଟିମକୁ ନେଇ କମେଣ୍ଟ ଦେଇ ପୁନମ୍ ଚର୍ଚ୍ଚାରେ ରହିଆସିଥିଲେ । ଭାରତ ୨୦୧୧ ବିଶ୍ୱକପ ଜିତିଲେ ସେ ବିନା କପଡ଼ାରେ ବୁଲିବେ ବୋଲି କହିଥିଲେ । ସେ ୨୦୧୩ ମସିହାରେ ‘ନଶା’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଳେ । ଏଥିସହିତ ସେ ‘ମାଲିନୀ ଆଣ୍ଡ କୋ’, ‘ଖତରୋଁ କୀ ଖିଲାଡ଼ୀ’, ‘ବିଗ୍ ବସ’ ଆଦି ଫିଲ୍ମରେ ଅଭିନୟ କରିଥିଲେ । ସେ ସୋସିଆଲ ମିଡ଼ିଆରେ ଅଧିକାଂଶ ସମୟରେ ସକ୍ରିୟ ରହିବା ସହିତ ଅନେକ ସମୟରେ ବୋଲ୍ଡ ଓ ଉତ୍ତେଜକ କଣ୍ଟେଣ୍ଟ ଶେୟାର କରୁଥିଲେ ।