fbpx
BJD SKY
BJD SKY

ପ୍ରଥମ ଦିନ କିଛି କହିଲେନି ହେଲେ ଦ୍ୱିତୀୟ ଦିନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଲେ

BJD

ଓଡ଼ିଶା ଭାସ୍କର: ଗତକାଲି ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାର ବୀରମିତ୍ରପୁରରେ ପ୍ରବେଶ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାପରେ ସେ ସାଧାରଣ ସଭାରେ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିଥିଲେ। ମାତ୍ର ଗତକାଲି ସେ ଏତେଟା ଆକ୍ରଣତ୍ମକ ହୋଇନଥିଲେ, ଅର୍ଥାତ ସେ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି କହି ନ ଥିଲେ। ଅନ୍ୟପଟେ ସେ କେନ୍ଦ୍ର ସରକାରଙ୍କ ବିରୋଧରେ ବି ମଧ୍ୟ ବିଶେଷ କିଛି କହି ନଥିଲେ। କିନ୍ତୁ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ସେ ଖୁବ ବର୍ଷିଛନ୍ତି।

ତେବେ ଆଜି ପୂର୍ବାହ୍ନ ସମୟରେ ରାହୁଲ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ବାହାରି ଉଦିତନଗର ଛକକୁ ଯାଇଥିଲେ। ଏବଂ ସେଠାରେ ସେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବା ସହିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧନ କରିଥିଲେ ରାହୁଲ। ଯେଉଁଥିରେ ସେ ଉଭୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ। ‘ଓଡ଼ିଶାରେ ପାର୍ଟନରସିପ୍ ସରକାର ଚାଲିଛି। ଏହି ସରକାର ବିଜେପି ଓ ବିଜେଡି ଭାଗିଦାରୀରେ ଚାଲିଛି। ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ ବେରୋଜଗାରୀ ବଢ଼ିଛି। ଦେଶରେ ସବୁଠାରୁ ଅଧିକ ବେରୋଜଗାର ଲୋକ ଓଡ଼ିଶାରେ ହିଁ ଅଛନ୍ତି। ଏଠାରେ ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗ ସୁରକ୍ଷିତ ନୁହନ୍ତି। ସେମାନଙ୍କୁ ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି।

ତେବେ ରାହୁଲ କହିଛନ୍ତି ଯେ, ଓଡ଼ିଶାରେ ବିଜେଡି ଓ ବିଜେପିଙ୍କ ସରକାର ପାର୍ଟନରସିପ୍‌ରେ ଚାଲିଛି। ସେମାନେ ଏକସଙ୍ଗେ ଅଛନ୍ତି। ପାର୍ଲାମେଣ୍ଟରେ ଏହାର ଝଲକ ଦେଖିବାକୁ ମିଳୁଛି। ମୋଦୀଙ୍କ କହିବା ମୁତାବକ ବିଜେଡି ନେତା ଆମକୁ ହଇରାଣ କରିବାକୁ ପଛାନ୍ତି ନାହିଁ। ଅନ୍ୟପଟେ ମଧ୍ୟାହ୍ନ ସମୟ ପରେ ରାହୁଲ ରାଣୀବନ୍ଧ ଛକରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ଏହା ପରେ ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଏହି ସମୟରେ ମଧ୍ୟ ସେ ଉଭୟ ସରକାରଙ୍କୁ କଡା ଟାର୍ଗେଟ କରିଥିଲେ। ରାହୁଲ କହିଛନ୍ତି, କେନ୍ଦ୍ର ସରକାରଙ୍କ ଇସାରାରେ ସଂସଦରେ ନାଚୁଛନ୍ତି ଓଡିଶାରେ ଥିବା ସହଯୋଗୀ ଦଳ। ମୋଦୀ ସରକାର ଗରିବଙ୍କ ପାଇଁ ନୁହେଁ ଅଦାନୀଙ୍କ ପାଇଁ କାମ କରୁଛନ୍ତି ବୋଲି ସେ କହିଛନ୍ତି।

ସୂଚନା ଥାଉକି, ରାଣୀବନ୍ଧଠାରୁ ଯାତ୍ରା ଆରମ୍ଭ କରି କୁତ୍ରାରେ ସନସାଧାରଣଙ୍କୁ ଉଦବୋଧନ ଦେବା ପରେ ବର୍ତ୍ତମାନ ବଡ଼ଗାଁରୁ ବାହାରି ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ପହଞ୍ଚି ପଦଯାତ୍ରା କରୁଛନ୍ତି ରାହୁଲ।

 

Get real time updates directly on you device, subscribe now.