fbpx
BJD SKY
BJD SKY

(Photo)୫୦ଟଙ୍କା ନୋଟ୍‌ରେ ପ୍ରେମିକ ଉଦ୍ଦେଶ୍ୟରେ ଯୁବତୀ ଲେଖିଦେଲେ ଏପରି ସନ୍ଦେଶ, ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ୍‌

BJD

ଓଡ଼ିଶା ଭାସ୍କର: ଏବେ ସୋସିଆଲ ମିଡିଆରେ ଏକ ଫଟୋ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖିବାକୁ ମିଳୁଛି କି ଏକ ୫୦ ଟଙ୍କିଆ ନୋଟ୍‌ରେ ଯୁବତୀ ନିଜ ପ୍ରେମିକ ଲାଗି ଏକ ଜରୁରୀ ସନ୍ଦେଶ ଲେଖିଛି ।

ଆମେ ସୋସିଆଲ ମିଡିଆରେ ବେଳେ ବେଳେ ଏପରି ଅଜବ ଜିନିଷ ଦେଖିବାକୁ ପାଇଥାଉ ଯାହା ବିଷୟରେ ଆମେ କେବେ କଳ୍ପନା ବି କରି ନ ଥାଉ । ଏଥିରେ ଆମେ ବିଭିନ୍ନ ଅଜବ ନୃତ୍ୟ କିମ୍ବା କଳି ଝଗଡାର ଚିତ୍ର ଦେଖିବାକୁ ପାଇଥାଉ । ବେଳେ ବେଳେ ବିଭିନ୍ନ ମେସେଜ୍‌ର ସ୍କ୍ରିନସଟ୍ କିମ୍ବା କୌଣସି ଚିଠି ବି ଭାଇରାଲ୍ ହୋଇଯାଏ । ଏବେ ସୋସିଆଲ ମିଡିଆରେ ଏପରି ଏକ ଚିଠି ଭାଇରାଲ୍ ହେଉଛି ଯାହା ୫୦ଟଙ୍କିଆ ନୋଟ୍ ଉପରେ ଲେଖାଯାଇଛି । ଏହି କ୍ରମରେ ଆସନ୍ତୁ ଜାଣିବା ଏଥିରେ କ’ଣ ଲେଖାଯାଇଛି ।

ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ପୋଷ୍ଟରେ ଆପଣଙ୍କୁ ୫୦ଟଙ୍କାର ଏକ ନୋଟ୍ ନଜର ଆସିବ ଯାହା ଉପରେ କିଛି ସନ୍ଦେଶ ଲେଖାଯାଇଛି । ଏହି ନୋଟ୍ ଉପରେ ଲେଖାଯାଇଛି, ‘ପ୍ରିୟ ଅମିତ୍‌ଜୀ, ମୋ ବାହାଘର ମେ’ ୨୯ ତାରିଖରେ ସ୍ଥିର ହୋଇଯାଇଛି । ମୋତେ ତୁମ ସହିତ ଯେତେ ଶୀଘ୍ର ପାରୁଛ ଘରୁ ଫେରାର କରିନିଅ । ଇତି, ତୁମର ଜାନୁ ।’
ଏହି ଭାଇରାଲ୍ ପୋଷ୍ଟକୁ ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ funny_hindi_post0 ନାମକ ପେଜ୍‌ରେ ସେୟାର କରାଯାଇଛି । ଏହି ପୋଷ୍ଟ ଉପରେ ମଜାଦାର କମେଣ୍ଟର ସୁଅ ଛୁଟିବାରେ ଲାଗିଛି । ଅମିତ ନାମରେ ଜଣେ ୟୁଜର ଲେଖିଛନ୍ତି, ମୋର ଆବଶ୍ୟକ ନାହିଁ । ଅନ୍ୟଜଣେ ୟୁଜର ଲେଖିଛନ୍ତି ଅମିତଜୀଙ୍କ ବିବାହ ହୋଇସାରିଛି ଓ ତାଙ୍କର ଦୁଇଟି ଛୁଆ ହୋଇସାରିଛନ୍ତି ।

Get real time updates directly on you device, subscribe now.