fbpx

କ୍ରିକେଟ ଇତିହାସରେ ପ୍ରଥମ ଥର… ICC ଟେଷ୍ଟ ରାଙ୍କିଙ୍ଗରେ ଇତିହାସ ରଚିଲେ ବୁମରାହ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ଆଇସିସି ତରପରୁ ଜାରି ହୋଇଥିବା ତାଜା ରାଙ୍କିଙ୍ଗରେ ଏହି ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି ବୁମରାହ । ଆଇସିସି ବୋଲରଙ୍କ ରାଙ୍କିଙ୍ଗରେ ବୁମରାହ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ତେବେ ଏମିତି କରିବାରେ ସେ ଭାରତର ପ୍ରଥମ ଫାଷ୍ଟ ବୋଲର ପାଲଟିଛନ୍ତି । ତେବେ ଏହାପୂର୍ବରୁ ଷ୍ଟାର ସ୍ପିନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନ ଏବଂ ରବିନ୍ଦ୍ର ଜାଡେଜାଙ୍କ ସହିତ ବିଶନ୍ ବେଦୀ ଏହି କାରନାମା କରିଛନ୍ତି ।

ଟେଷ୍ଟ କ୍ରିକେଟରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ସ୍ପିନ ବୋଲର ହିଁ ଆଇସିସି ରାକିଙ୍ଗର ଟପ୍ ସ୍ଥାନରେ ପହଞ୍ଚି ପାରିଥିଲେ । କିନ୍ତୁ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଭାରତର ଜଣେ ପେସ୍ ବୋଲର ରାଙ୍କିଙ୍ଗର ଶୀର୍ଷ ସ୍ଥାନ କବଜା କରିବାରେ ସଫଳ ହୋଇ ପାରିଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ବୋଲିଂ କରି ଦୁଇଟି ଇନିଂସରେ ୯ଟି ୱିକେଟ ହାସଲ କରିଛନ୍ତି ଜଶପ୍ରୀତ ବୁମରାହ । ଏହି ପ୍ରଦର୍ଶନ ପରେ ତାଙ୍କୁ ଆଇସିସି ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ମିଳିପାରିଛି । ତେବେ ଏମିତି କରିବାରେ ସେ ପ୍ରଥମ ପେସ୍ ବୋଲର ଭାବରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି ।

ବୁମରାହଙ୍କ ବ୍ୟତୀତ ଦଳର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ମଧ୍ୟ ଦମଦାର ପ୍ରଦର୍ଶନ କରି ବଡ଼ ସଫଳତା ହାସଲ କରିଛନ୍ତି । ଏହି ତାଲିକାରେ ୩୭ ସ୍ଥାନ ଉପରକୁ ଉଠି ୨୯ ନମ୍ବରରେ ପହଞ୍ଚିଛନ୍ତି ଜଏସ୍ୱାଲ । ଇଂଲଣ୍ଡ ବିପକ୍ଷରେ ଏହି ଇନିଂସ ପୂର୍ବରୁ ୬୬ତମ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୬୩୨ ରେଟିଂ ପଏଣ୍ଟ ସହ ୨୯ତମ ସ୍ଥାନ ହାସଲ କରିଛନ୍ତି । ଟିମ ଇଣ୍ଡିଆ ପାଇଁ ମାତ୍ର ୬ଟି ମ୍ୟାଚ ଖେଳିଥିବା ବେଳେ ୧୧ଟି ପାଳିରେ ମୋଟ ୬୩୭ ରନ୍ ସଂଗ୍ରହ କରିଛନ୍ତି ଯଶସ୍ୱୀ । ତେବେ ଏହି ତାଜା ରାଙ୍କିଙ୍ଗରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ପଛରେ ପଡ଼ି ଯାଇଛନ୍ତି । ବର୍ତ୍ତମାନ ରୋହିତ ତାଲିକାର ୭୦୨ ପଏଣ୍ଟ ସହ ୧୩ତମ ସ୍ଥାନରେ ରହିଥିବା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ୭୬୦ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.