fbpx

ଭାରତବାସୀଙ୍କୁ କ’ଣ ଦେବ ‘ମୋଦୀ ୩.୦’? ଆଗାମୀ ୫ ବର୍ଷର ଲିଷ୍ଟ ଦେଖାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୫ ବର୍ଷରେ ଭାରତବାସୀଙ୍କ ପାଇଁ କ’ଣ ପ୍ଲାନ ରଖିଛନ୍ତି ମୋଦୀ, ତାହାର ଏକ ଚିଠା ରାଜ୍ୟସଭାରେ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥର ମୋଦୀ ୩.୦ ଆସିଲେ ପ୍ରତ୍ୟେକ ଭାରତବାସୀଙ୍କ ପାଇଁ କିଛି ନା କିଛି ସୁବିଧା ଯୋଗାଇବାକୁ ପ୍ଲାନ କରିଛନ୍ତି ମୋଦୀ । ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ବିକାଶର ଆଉ କିଛି ନୂଆ ଚିତ୍ର ପ୍ରସ୍ତୁତ କରିବ ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ରାଜ୍ୟସଭାରେ ଅଭିଭାଷଣ ଦେବା ସମୟରେ ମୋଦୀ କହିଛନ୍ତି ଯେ, ମୋଦୀ ୩.୦ରେ ବିକଶିତ ଭାରତର ମୂଳଦୁଆକୁ ମଜବୁତ କରିବା ପାଇଁ ସମ୍ପୂର୍ଣ୍ଣ ସାମର୍ଥ୍ୟ ବ୍ୟବହାର କରାଯିବ । ଆସନ୍ତା ୫ ବର୍ଷରେ ଡାକ୍ତରଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ଅନେକ ଗୁଣରେ ବୃଦ୍ଧି ପାଇବ । ମେଡିକାଲ କଲେଜ ସଂଖ୍ୟା ବଢିବ ଏବଂ ଦେଶରେ ଚିକିତ୍ସା ବ୍ୟବସ୍ଥା ଆହୁରି ଶସ୍ତା ଏବଂ ସୁଲଭ କରାଯିବ । ୫ ବର୍ଷରେ ପ୍ରତ୍ୟେକ ଗରିବଙ୍କ ଘରେ ଜଳରୁ ନଳର କନେକ୍ସନ କରାଯିବ । ଏହାସହିତ ହିତାଧିକାରୀମାନଙ୍କୁ ବାକି ଥିବା ପିଏମ ଆବାସ ଯୋଜନା ପ୍ରଦାନ କରାଯିବ ବୋଲି ମୋଦୀ ଘୋଷଣା କରିଛନ୍ତି । ୫ ବର୍ଷରେ ସୌରଶକ୍ତିରୁ ବିଜୁଳି ବିଲ୍ ମଧ୍ୟ ଶୂନ କରାଯିବ । ଦେଶର କୋଟି କୋଟି ନାଗରିକଙ୍କ ବିଜୁଳି ବିଲ୍ ଜିରୋ ହେବା ସହ ଗରେ ବିଜୁଳି ପ୍ରସ୍ତୁତ କରି ବିକ୍ରି କରିବା ପାଇଁ ମଧ୍ୟ ସୁଯୋଗ ମିଳିପାରେ ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହାପରେ ପିଏମ ମୋଦୀ କହିଛନ୍ତି ଯେ, ଆସନ୍ତା ୫ ବର୍ଷରେ ସାରା ଦୋରେ ପାଇପରୁ ଗ୍ୟାସ କନେକ୍ସନ ନେଟୱର୍କ କରିବା ପାଇଁ ପ୍ରୟାସ କରାଯିବ । ସାରା ବିଶ୍ୱ ଭାରତର ଯୁବଶକ୍ତିକୁ ଦେଖିପାରିବ । ଲକ୍ଷ ଲକ୍ଷ ସଂଖ୍ୟାରେ ଯୁବ ଷ୍ଟାର୍ଟଅପ୍ ହୋଇପାରିବ । ମଧ୍ୟବିତ୍ତ ପରିବାରର ପିଲାମାନେ ବାହାରେ ପାଠ ପଢିବା ପାଇଁ ଖର୍ଚ୍ଚ କରୁଥିବା କୋଟି କୋଟି ଟଙ୍କା ବୋଝରୁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଦେଶରେ ଭଲ ୟୁନିଭର୍ସିଟି ନିର୍ମାଣ କରାଯିବ । ମୋଦୀ ୩.୦ରେ ପ୍ରତ୍ୟେକ ଆନ୍ତର୍ଜାତୀୟ ଖେଳରେ ଭାରତକୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏହି ୫ ବର୍ଷ ଭିତରେ ଦେଶରେ ବୁଲେଟ ଟ୍ରେନ ମଧ୍ୟ ଗଡ଼ିବାସହ ଆତ୍ମନିର୍ଭର ଭାରତର ଅଭିଯାନ ଶୀର୍ଷରେ ପହଞ୍ଚିପାରିବ ।

ଏହାବ୍ୟତୀତ ମେଡ୍ ଇନ୍ ଇଣ୍ଡିଆ, ସେମିକଣ୍ଡକ୍ଟର ଇତ୍ୟାଦିକୁ ନେଇ ଦୁନିଆରେ ଭାରତର ପାଧାନ୍ୟ ରହିବ । ବର୍ତ୍ତମାନ ଦେଶ ଲକ୍ଷ ଲକ୍ଷ-କୋଟି କୋଟି ଟଙ୍କାର ତେଲ ଆମଦାନୀ କରୁଛି । ଆସନ୍ତା ଦିନରେ ଆହୁରି ଆତ୍ମନିର୍ଭର ହେବା ଦିଗରେ କାର୍ଯ୍ୟ କରି ସଫଳତା ପାଇବୁ ବୋଲି ରାଜ୍ୟସଭାରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.