fbpx

କେଜ୍ରିୱାଲଙ୍କୁ ବଡ ଝଟ୍‌କା, ଇଡି ପରେ ଏବେ କୋର୍ଟ ପଠାଇଲେ ସମନ

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ବୁଧବାର ଇଡିଙ୍କ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତି । ଇଡି ଦିଲ୍ଲୀ ମଦ ଦୁର୍ନିତୀ ଘୋଟାଲାରେ ଜଡିତ ମନି ଲଣ୍ଡ୍ରିଂ ମାମଲାରେ କେଜରିୱାଲଙ୍କୁ ପଚରାଉଚୁରା କରିବାକୁ ଚାହୁଁଛି । କିନ୍ତୁ ସେ ସମନର ଜବାବ ଦେଉନାହାନ୍ତି । ରାଉଜ୍ ଏଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ୍ ଦିବ୍ୟା ମାଲହୋତ୍ରା ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ସମନ ଜାରି କରି ୧୭ ଫେବୃୟାରୀରେ କୋର୍ଟରେ ଉପସ୍ଥିତ ହେବାକୁ ଆଦେଶ ଦେଇଛନ୍ତି ।

ଏହା ପୂର୍ବରୁ ଫେବୃୟାରୀ ୩ରେ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି.ରାଜୁ ଇଡି ପକ୍ଷରୁ କୋର୍ଟରେ ଦଲିଲ ଉପସ୍ଥାପନ କରିଥିଲେ । କୋର୍ଟର ଆଦେଶ ପରେ ଆପ୍ ନିଜର ପ୍ରତିକ୍ରିୟାରେ କହିଥିଲା ଯେ, ଏହା କୋର୍ଟର ଆଦେଶକୁ ଅଧ୍ୟୟନ କରୁଛି ଓ ଆଇନ ଅନୁଯାୟୀ ପଦକ୍ଷେପ ନେବ ।

ଇଡି ପକ୍ଷରୁ ଜାନୁୟାରୀ ୩୧ରେ କେଜ୍ରିୱାଲଙ୍କୁ ନୂଆ ସମନ ପଠାଯାଇଥିଲା ଓ ତାଙ୍କୁ ଫେବୃୟାରୀ ୨ରେ ଯାଞ୍ଚ ଏଜେନ୍ସୀ ସାମ୍ନାରେ ହାଜର ହେବାକୁ କୁହାଯାଇଥିଲା । ତେବେ ଏହା ଆପ୍‌କୁ ଇଡିର ୫ମ ସମନ ଥିଲା । କେଜ୍ରିୱାଲ ୫ମ ସମନରେ ବି ଇଡି ସମ୍ମୁଖରେ ଉପସ୍ଥିତ ହୋଇ ନ ଥିଲେ । ମାମଲାରେ ଇଡି ଦ୍ୱାରା ଦାଖଲ ଅଭିଯୋଗପତ୍ରରେ କେଜ୍ରିୱାଲଙ୍କ ନାମ ବହୁବାର ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.