fbpx

ଓଡ଼ିଶା ବଜେଟ ଅଧିବେଶନ: ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିଧାୟକ

ଭୁବନେଶ୍ୱର: ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଓ ହୋହାଲ୍ଲା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେପି ଓ ବିଜେଡି ସଦସ୍ୟ ଗୃହ ଭିତରେ ହଟ୍ଟଗୋଳ କରିଛନ୍ତି। ତେବେ ବାରମ୍ବାର ମୁଲତବି କାରଣରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ବର୍ତ୍ତମାନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ । ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗରେ ହଟ୍ଟଗୋଳ ବେଳେ ବିଧାୟକ ନାଉରୀ ନାୟକ ଏଭଳି କାଣ୍ଡ ଭିଆଇଛନ୍ତି। ଅପରାହ୍ନ ୪ଟା ଗୃହ ମୁଲତବି ପରେ ମଧ୍ୟ ପ୍ରବଳ ହଟ୍ଟଗୋଳ ଜାରି ରହିଛି ।

ଅନ୍ୟପଟେ ପରୀ ପ୍ରସଙ୍ଗରେ ବିଜେପିର କ୍ଷମା ପ୍ରାର୍ଥନା ଦାବି କରି ନାରାବାଜି କରିଛନ୍ତି ବିଜେଡି ବିଧାୟକ। ତେବେ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ପୁଣି ଆସନ୍ତା ଏକ ଘଣ୍ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.