fbpx
BJD SKY
BJD SKY

ICC Test Rankingରେ ଜଏସ୍ୱାଲ ଧମାକା: ପଛରେ ପଡ଼ିଗଲେ ରୋହିତ-ବିରାଟ

BJD

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଜାରି ରହିଛି । ଏଥରେ ୨ଟି ମ୍ୟାଚ କେଳାଯାଇଥିବା ବେଳେ ଉଭୟ ପକ୍ଷ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସିରିଜ ବରାବର କରି ରଖିଛନ୍ତି । ତେବେତୃତୀୟ ଟେଷ୍ଟ ପୂର୍ବରୁ ଆଇସିସି ନିଜର ଟେଷ୍ଟ ରାଙ୍କିଙ୍ଗ ଜାରି କରିଛି । ଏହି ରାଙ୍କିଙ୍ଗରେ ଟିମ ଇଣ୍ଡିଆର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଖୁବ ଫାଇଦା । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ ହାସଲ କରି ଜଏସ୍ୱାଲ ଆଇସିସି ରାଙ୍କିଙ୍ଗ ବଡ଼ ସଫଳତା ପାଇଛନ୍ତି । ଦଳ ଇଂଲଣ୍ଡ ବୋଲରଙ୍କ ବିପକ୍ଷରେ ସଂଘର୍ଷ କରୁଥିବା ବେଳେ ଜଏସ୍ୱାଲ ଦ୍ୱିଶତକ ସହ ଭାରତକୁ ବିଜୟ ଭେଟି ଦେଇଛନ୍ତି ।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଯଶସ୍ୱୀ ଜଏସ୍ୱାଲ ୨୯୦ ବଲରୁ ୨୦୯ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି । ଜଏସ୍ୱାଲଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଇନିଂସ ବଳରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୯୬ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାରେ ଏକ ବଡ଼ ସଫଳତା ହାସଲ କରିଛନ୍ତି ଯଶସ୍ୱୀ । ଏହି ତାଲିକାରେ ୩୭ ସ୍ଥାନ ଉପରକୁ ଉଠି ୨୯ ନମ୍ବରରେ ପହଞ୍ଚିଛନ୍ତି ଜଏସ୍ୱାଲ । ଇଂଲଣ୍ଡ ବିପକ୍ଷରେ ଏହି ଇନିଂସ ପୂର୍ବରୁ ୬୬ତମ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୬୩୨ ରେଟିଂ ପଏଣ୍ଟ ସହ ୨୯ତମ ସ୍ଥାନ ହାସଲ କରିଛନ୍ତି ।

ଟିମ ଇଣ୍ଡିଆ ପାଇଁ ମାତ୍ର ୬ଟି ମ୍ୟାଚ ଖେଳିଥିବା ବେଳେ ଜଏସ୍ୱାଲ ଦମଦାର ପ୍ରଦର୍ଶନ କରିଛନ୍ତି । ୬ଟି ମ୍ୟାଚର ୧୧ଟି ପାଳିରେ ମୋଟ ୬୩୭ ରନ୍ ସଂଗ୍ରହ କରିଛନ୍ତି ଯଶସ୍ୱୀ । ଏହା ମଧ୍ୟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୋଟିଏ ଶତକ ରହିଥିବା ବେଳେ ଇଂଲଣ୍ଡ ବିପକ୍ଷରେ ବିସ୍ପୋରକ ଦ୍ୱିଶତକ ମଧ୍ୟ ସାମିଲ ରହିଛି । ଏହାବ୍ୟତୀତ ଜଏସ୍ୱାଲ ନିଜ ଟେଷ୍ଟ କ୍ୟାରିୟରରେ ୪ଟି ଅର୍ଦ୍ଧଶତକୀୟ ପାଳି ମଧ୍ୟ ଖେଳିଛନ୍ତି ।

ତେବେ ଏହି ତାଜା ରାଙ୍କିଙ୍ଗରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ପଛରେ ପଡ଼ି ଯାଇଛନ୍ତି । ବର୍ତ୍ତମାନ ରୋହିତ ତାଲିକାର ୭୦୨ ପଏଣ୍ଟ ସହ ୧୩ତମ ସ୍ଥାନରେ ରହିଥିବା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ୭୬୦ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଅନ୍ୟ ପକ୍ଷରେ ୨୦୨୨ ଡିସେମ୍ବର ମାସରୁ କ୍ରିକେଟରୁ ଦୂରେଇ ରହିଥିବା ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଦ୍ୱାଦଶ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାପୂର୍ବରୁ ସେ ୧୩ତମ ସ୍ଥାନରେ ରହିଥିଲେ, କିନ୍ତୁ କୌଣସି ମ୍ୟାଚ ନ ଖେଳି ସେ ସଫଳତାର ସହ ଗୋଟିଏ ପାହାଚ ଉପରକୁ ଉଠିଛନ୍ତି ।

Get real time updates directly on you device, subscribe now.