ପ୍ରଥମ ଥର ଲାଗିି CRPF, BSF , CISF ପରୀକ୍ଷା ୧୩ ଆଞ୍ଚଳିକ ଭାଷାରେ ହେବ ଅନୁଷ୍ଠିତ, ଦେଶର ଲକ୍ଷ ଲକ୍ଷ ଯୁବକ ପାଇବେ ସୁଯୋଗ

ନୂଆଦିଲ୍ଲୀ: ଗୃହବିଭାଗ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଦେଶର ୧୨୮ ସହରରେ ଏଥର ପ୍ରାୟ ୪୮ ଲକ୍ଷ ପ୍ରାର୍ଥୀ କନଷ୍ଟେବଲ ପରୀକ୍ଷା ଦେବାକୁ ଯାଉଛନ୍ତି । ଗତ ବର୍ଷ ଏପ୍ରିଲ ମାସରେ ଘୋଷଣା ହୋଇଛି କି ଏଥିପାଇଁ ରିକ୍ରୁଇଟମେଣ୍ଟ ପରୀକ୍ଷା ଇଂରାଜୀ ଓ ହିନ୍ଦୀ ବ୍ୟତିତ ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ ।

ଗୃହବିଭାଗ ମନ୍ତ୍ରଣାଳୟ (MHA) ରବିବାର କହିଛି ଯେ, ପାରାମିଲିଟାରୀ ଫୋର୍ସ ପାଇଁ ୍‌କନଷ୍ଟେବଲ ରିକ୍ରୁଇଟମେଣ୍ଟ ପରୀକ୍ଷା (ଯେପରିକି ସିଆରପିଏଫ୍‌, ବିଏସ୍‌ଏଫ୍‌, ସିଆଇଏସଏଫ) କନ୍ନଡକୁ ମିଶାଇ ୧୩ ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ଫେବୃୟାରୀ ୨୦ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଦେଶର ୧୨୮ ସହରରେ ପ୍ରାୟ ୪୮ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । କେନ୍ଦ୍ରୀୟ ପୋଲିସ ବାହିନୀରେ ଗ୍ରାମାଞ୍ଚଳ ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଓ ଆଞ୍ଚଳିକ ଭାଷାର ପ୍ରସାର ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି । ହିନ୍ଦୀ ଓ ଇଂରାଜୀ ବ୍ୟତିତ ଏବେ ପ୍ରଶ୍ନପତ୍ର ୧୩ ଆଞ୍ଚଳିକ ଭାଷା ଯେପରିକି ଆସାମୀ, ବେଙ୍ଗଲି, ଗୁଜରାଟୀ, ମରାଠୀ, ମାଲାୟଲାମ, କନ୍ନଡ, ତାମିଲ, ତେଲଗୁ, ଓଡିଆ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣୀ ଭାଷାରେ ପ୍ରସ୍ତୁତ କରାଯିବ ।

ତେବେ ଷ୍ଟାଫ ସିଲେକ୍ସନ କମିଶନ(SSC) ଦ୍ୱାରା ଆୟୋଜିତ କନଷ୍ଟେବଲ( ଜେନେରାଲ ଡ୍ୟୁଟି) ରିକ୍ରୁଇଟମେଣ୍ଟ ପରୀକ୍ଷା ହେଉଛି ଏପରି ଏକ ପରୀକ୍ଷା ଯାହା ସାରା ଦେଶରୁ ଯୁବକଙ୍କୁ ଆକର୍ଷିତ କରିଥାଏ । ତେଣୁ MHA ଓ SSC ପକ୍ଷରୁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇ ଏହି ରିକ୍ରୁଇଟମେଣ୍ଟ ପରୀକ୍ଷା ୧୩ ଆଞ୍ଚଳିକ ଭାଷାରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଅନୁଯାୟୀ SSC ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏହାଦ୍ୱାରା ଦେଶର ଲକ୍ଷ ଲକ୍ଷ ଯୁବକ ନିଜ ମାତୃଭାଷାରେ ପରୀକ୍ଷା ଦେଇପାରିବେ । ଏହାଦ୍ୱାରା ଏହି ନିଯୁକ୍ତି କ୍ଷେତ୍ରରେ ସମସ୍ତେ ସମାନ ସୁଯୋଗ ପାଇବେ ।

Get real time updates directly on you device, subscribe now.