fbpx

U-19 ବିଶ୍ୱକପ: ଭାରତକୁ ବିଶ୍ୱକପ ଟାଇଟଲ ଜିତାଇଥିଲେ ଏହି ୫ ଜଣ ଅଧିନାୟକ

Advertisement

ଓଡ଼ିଶା ଭାସ୍କର: ଆଜି ଅଣ୍ଡର ୧୯ ବିଶ୍ୱକପ୍ ଫାଇନାଲ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ଅଷ୍ଟ୍ରେଲିଆ । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । ଉଭୟ ଦଳ ପକ୍ଷରୁ ବିଜୟ ମୁକୁଟ ହାତେଇବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଭାରତ ୬ଷ୍ଠ ଥର ପାଇଁ ଟ୍ରଫି ଜିତିବା ଲକ୍ଷରେ ରହିଛି । ପୂର୍ବରୁ ଭାରତ ୮ ଥର ଫାଇନାଲ ଖେଳି ୫ମ ଥର ବିଜେତା ଓ ୩ ଥର ଉପ ବିଜେତା ରହିସାରିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ପାଇନାଲ ଖେଳିବାକୁ ଯାଉଥିବା ବେଳେ ୪ର୍ଥ ଥର ଟ୍ରଫି ଜିତିବା ଲକ୍ଷରେ ରହିଛି । ଆଇସିସି ଅଣ୍ଡର ୧୯ ବିଶ୍ୱକପରେ ପୂର୍ବରୁ ଭାରତୀୟ ଦଳର ଦବଦବା ଦେଖିବାକୁ ମିଳିଛି । ଅଣ୍ଡର ୧୯ ବିଶ୍ୱକପ ଭାରତକୁ ଅନେକ କ୍ରିକେଟ ଷ୍ଟାର ଦେଇଛି । ପୁଣି ଥରେ ସେହି ଦିନ ଆସିଛି ଯେବେ ଭାରତ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଅଦ୍ୟାବଧି ଭାରତ ୫ ଥର ଅଣ୍ଡର ୧୯ ବିଶ୍ୱକପ୍ ଟାଇଟଲ ଜିତିବାରେ ସଫଳ ହୋଇଛି । ଆଉ ଏହା କେବଳ ସମ୍ଭବ ହୋଇପାରିଛି ଯୁବ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ । ତେବେ ଆସନ୍ତୁ ଜାଣିବା ଭାରତୀୟ ଦଳର କେଉଁ କ୍ୟାପଟେନଙ୍କ ଅଧିନାୟକତ୍ୱରେ ଭାରତ ୫ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ୍ ଟାଇଟଲ ଜିତିଥିଲା ।

୧. ମୋହମ୍ମଦ କୈଫ୍: ୨୦୦୦ ମସିହାରେ ମୋହମ୍ମଦ କୈଫଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପର ଟାଇଟଲ ହାସଲ କରିଥିଲା । ଏହି ବିଶ୍ୱକପ ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଭାରତ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରିଥିଲା । ମୋହମ୍ମଦ କୈଫ୍ ଭାରତ ପାଇଁ ୧୩ଟି ଟେଷ୍ଟ ଏବଂ ୧୨୫ ଦିନିକିଆ ମ୍ୟାଚ୍ ଖେଳିଛନ୍ତି ।

୨. ବିରାଟ କୋହଲି: ବିରାଟ କୋହଲିଙ୍କ ଅଧିକାୟକତ୍ୱରେ ୨୦୦୮ ମସିହରେ ଭାରତ ଅଣ୍ଡର ୧୯ ବିଶ୍ୱକପ୍ ଟାଇଟଲ ଜିତିଥିଲା । ଏହି ମ୍ୟାଚରେ ଭାରତ- ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଥିଲେ । ଭାରତ ଦକ୍ଷିଣ ଆଫ୍ରିକାକୁ ୧୨ ରନରେ(ଊ/ଖ ଜ୍ଞରଗ୍ଧଷକ୍ଟୟ)ରେ ପରାସ୍ତ କରିଥିଲା । ବର୍ତ୍ତମାନ ବିରାଟ କୋହଳି ଜଣେ ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ ।

୩. ଉନ୍ମୁକ୍ତ ଚାନ୍ଦ: ଉନ୍ମୁକ୍ତ ଚାନ୍ଦଙ୍କ ପ୍ରତିନିଧିତ୍ୱରେ ୨୦୧୨ ମସିହାରେ ଭାରତ ୩ୟ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ ଫାଇନାଲ ଜିତିଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଉନ୍ମୁକ୍ତ ଚାନ୍ଦ ୧୧୧ ରନର ଇନିଂସ ଖେଳିଥିଲେ । ତେବେ ଉନ୍ମୁକ୍ତ ଚାନ୍ଦଙ୍କ କ୍ରିକେଟ କ୍ୟାରିୟର ବେଶି ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିନଥିଲେ । ୨୦୦୧ ମସିହାରେ ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଥିଲା ।

୪. ପୃଥ୍ୱୀ ଶା: ୨୦୧୮ ମସିହାରେ ପୃଥ୍ୱୀ ଶାଙ୍କ ପ୍ରତିନିଧିତ୍ୱରେ ୨୦୧୮ ମସିହାରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଅଣ୍ଡର ୧୯ ବିଶ୍ୱକପ ଫାଇନାଲ ଟାଇଟଲ ଜିତିଥିଲା । ଭାରତର ବରିଷ୍ଠ ଦଳ ପାଇଁ ପୃଥ୍ୱୀ ଶା ୫ ଟି ଟେଷ୍ଟ, ୬ଟି ଦିନିକିଆ ଏବଂ ଗୋଟିଏ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚରେ ଭାରତ ମୋଟ୍ ୨ଟି ୱିକେଟ ହରାଇ ୨୨୦ ରନ୍ କରିବାରେ ସଫଳ ହୋଇଥିଲା ଏବଂ ୮ ୱିକେଟରେ ଜିତିଥିଲା ।

୫. ୟଶ ଧୁଲ୍ଲ: ୨୦୨୨ ମସିହାରେ ୫ମ ଥର ପାଇଁ ୟଶ ଧୁଲ୍ଲଙ୍କ ପ୍ରତିନିଧିତ୍ୱରେ ଅଣ୍ଡର ୧୯ ବିଶ୍ୱକପ ଟାଇଟଲ ଜିତିଥିଲା । ଏହି ମ୍ୟାଚରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ । ଭାରତ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଧୁଲ୍ଲଙ୍କୁ ଭାରତର ବରିଷ୍ଠ ଦଳ ପାଇଁ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ ମିଳିପାରି ନାହିଁ । ସେ କେବଳ ଘରୋଇ କ୍ରିକେଟରେ ନିଜର ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ।

Get real time updates directly on you device, subscribe now.