fbpx
BSKY SKY
BSKY SKY

ରାଜ୍ୟସଭା ନିର୍ବାଚନ: ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା TMC

BSKY

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (ଟିଏମସି) ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସୁସ୍ମିତ ଦେବ ପୁଣି ଥରେ ରାଜ୍ୟସଭା ଯିବେ । ଏଥିସହିତ ସାମ୍ବାଦିକା ସାଗରିକା ଘୋଷ, ମମତା ବାଲା ଠାକୁର ଓ ସାଂସଦ ନଦୀମୁଲ ହକଙ୍କ ନାମ ଏହି ଲିଷ୍ଟରେ ସାମିଲ ରହିଛି । ଏନେଇ ଟିଏମସିର ଅଫିସିଆଲ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସ’ରେ ପୋଷ୍ଟ ଜାରି କରାଯାଇଛି ।

ଆସନ୍ତା ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ । ଗତ ୮ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୫ଟି ରାଜ୍ୟର ମୋଟ ୫୬ଟି ଆସନ ପାଇଁ ନିର୍ବାଚନ ହେବ । ସେହି ସମସ୍ତ ଆସନ ମଧ୍ୟରେ ଓଡ଼ିଶାର ୩ଟି ଆସନ ଖାଲି ରହିଛି । ବିଜେଡିର ଦୁଇ ସାଂସଦ ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି ।

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଏହାପରେ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଓ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ୨୭ ତାରିଖ ଦିନ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ତା’ପରେ ସନ୍ଧ୍ୟା ୫ଟାରୁ ଭୋଟ ଗଣତି ଆରମ୍ଭ ହେବ ।

Get real time updates directly on you device, subscribe now.