fbpx

କ୍ରୀଡ଼ା ଜଗତରୁ ଆସିଲା ଦୁଃଖ ଖବର: ଭାରତର ସବୁଠାରୁ ବୟସ୍କ କ୍ରିକେଟର ଦତ୍ତାଜୀରାଓ ଗାୟକୱାଡଙ୍କ ପରଲୋକ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖ ଖବର । ଭାରତର ସବୁଠାରୁ ବୟସ୍କ କ୍ରିକେଟର ଭାବେ ପରିଚିତ ଦତ୍ତାଜୀରାଓ ଗାୟକୱାଡଙ୍କ ପରଲୋକ ଘଟିଛି । ଶ୍ରୀ ଗାୟକୱାଡ ୯୫ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଭାରତୀୟ ଦଳର ଅଧିନାୟକ ପଦ ସମ୍ଭାଳିବା ସହ ସବୁଠାରୁ ବୟସ୍କ ଟେଷ୍ଟ କ୍ରିକେଟର ଭାବେ ପରିଗଣିତ ହେଉଥିଲେ । ବୟସାଧିକ୍ୟ ବୀମାରୀ କାରଣରୁ ତାଙ୍କର ବିୟୋଗ ଘଟିଥିବା କୁହାଯାଉଛି ।

ଦତ୍ତାଜୀରାଓ ଭାରତର ପୂର୍ବତନ ବୋଲର ଓ ରାଷ୍ଟ୍ରୀୟ କୋଚ ଅଂଶୁମାନ ଗାୟକୱାଡଙ୍କର ପିତା ଥିଲେ । ଦତ୍ତାଜୀରାଓଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କ୍ରୀଡ଼ା ଜଗତ ସହ ପରିଚିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ଦତ୍ତାଜୀରାଓ ଗୁଜରାଟର ବଦୋଦରାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ଗତ ୧୨ ଦିନ ହେଲା ବଦୋଦରାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

ସେ ୧୯୫୨ ଓ ୧୯୬୧ ମସିହା ମଧ୍ୟରେ ଭାରତ ପାଇଁ ୧୧ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ୧୯୫୯ ମସିହାରେ ସେ ଇଂଲଣ୍ଡ ଗସ୍ତ ସମୟରେ ରାଷ୍ଟ୍ରୀୟ ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ୧୯୫୨ରେ ଏହି ଡାହାଣ ହାତୀ ବୋଲର ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଓ ୧୯୬୧ରେ ପାକିସ୍ତାନ ବିପକ୍ଷରେ ଚେନ୍ନାଇରେ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୪.୪୦ ଆଭରେଜରେ ୫୭୮୮ ରନ୍ ସଂଗ୍ରହ କରିଥିଲେ । ସେଥିରେ ୧୭ଟି ଶତକ ସାମିଲ ଥିଲା । ୧୯୫୯-୬୦ରେ ମହାରାଷ୍ଟ୍ର ବିପକ୍ଷରେ ସେ ସର୍ବାଧିକ ସ୍କୋର ୨୪୯ ରନ୍ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.