(Video) ଓଡ଼ିଶା ଦେଖିଲା ବୋହୂପଣିଆର ଶ୍ରେଷ୍ଠ ଉଦାହରଣ; ମୃତ ଶ୍ୱଶୁରଙ୍କୁ ମୁଖାଗ୍ନି ଦେଲା ବୋହୂ

ଗଜପତି: ଏ ହେଉଛି ଏମିତି ଦୃଶ୍ୟ ଜାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ମନ କହିବ ଏମିତି ବୋହୂ ଜଗତେ ନାହିଁ । କାରଣ ଆମ ପରମ୍ପରାରେ ଗୋଟିଏ ଝିଅକୁ ଶ୍ମଶାନକୁ ଯିବାକୁ ବାରଣ ଥିବା ବେଳେ ଏଠି ଗୋଟିଏ ବୋହୂ କରିଛନ୍ତି ତାଙ୍କ ଶ୍ୱଶୁରଙ୍କର ଅନ୍ତିମ ସତ୍କାର । ଇଏ ଝିଅ ନୁହେଁ । ଇଏ ହେଉଛନ୍ତି ଜଣେ ବୋହୂ । ଆଜି ବୋହୂ ଜଣକ ଦେଇଛନ୍ତି ଶ୍ୱଶୁରଙ୍କ ଜୁଇରେ ମୁଖାଗ୍ନି । ଗୋଟିଏ ପୁଅର କର୍ତ୍ତବ୍ୟ କରିଛନ୍ତି ଏହି ବୋହୂ ଜଣକ । ଘରର ପୁଅ ଯେଉଁ କର୍ମ ସବୁ କରିଥାନ୍ତି ଆଜି ଗୋଟିଏ ବୋହୂ ସେହି ସବୁ କର୍ମ କରିଛନ୍ତି । ବାପାକୁ ପୁଅ ପରକରି ଦେଲା ପରେ ବୋହୂ ସବୁ ଦାୟିତ୍ୱକୁ ତୁଲାଇଛନ୍ତି । ଇଏ ହେଉଛନ୍ତି ଏମିତି ଜଣେ ବୋହୂ ଯିଏ ଶ୍ୱଶୁରଙ୍କ ଅନ୍ତିମ ସତ୍କାର ନିଜ ହାତରେ କରିଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ଏନଏସି ୧୨ ନମ୍ବର ୱାର୍ଡରେ ।
ଟିକେ ଏହି ସବୁ ଦୃଶ୍ୟକୁ ଦେଖନ୍ତୁ । ଶ୍ମଶାନରେ ସବୁ ଦିନ ପାଇଁ ଶୋଇ ଯାଇଛନ୍ତି ଶ୍ୱଶୁର ନିରଞ୍ଜନ ବେହେରା । ବୋହୂ ଜୟନ୍ତୀ ନାୟକ ଗୋଟିଏ ପରେ ଗୋଟିଏ କର୍ମ କରିବାରେ ଲାଗି ପଡ଼ିଛନ୍ତି । ବ୍ରାହ୍ମଣ ଯାହା ସବୁ କହୁଛନ୍ତି ସେଇଆ ସେଇଆ କରୁଛନ୍ତି ବୋହୂ ଜୟନ୍ତୀ । ନଦୀରୁ କାନ୍ଧରେ ଥୋଇ ମାଠିଆରେ ପାଣି ଆଣିଛନ୍ତି । ଜୁଇର ଚାରିପାଖରେ ବୁଲିଛନ୍ତି । ଆଉ ବ୍ରାହ୍ମଣର ମନ୍ତ୍ର ସହ ଶ୍ୱଶୁରଙ୍କ ମୁହଁରେ ଦେଇଛନ୍ତି ମୁଖଗ୍ନି । ଏହି ସମୟରେ ତାଙ୍କ ଶ୍ୱଶୁର ନିରଞ୍ଜନଙ୍କ ନାତି ମଧ୍ୟ ଉପସ୍ଥିତ ରହିଥିଲେ । ଏହା ଏଥିପାଇଁ ଆଶ୍ଚର୍ଯ୍ୟ ଲାଗୁଛି କାରଣ ଗୋଟିଏ ମହିଳାକୁ ଶ୍ମଶନକୁ ଯିବା ବାରଣ ହୋଇଥାଏ ।

ଖବର ମୁତାବିକ ନିରଞ୍ଜନଙ୍କ ପୁଅ ସାନ୍ତନ୍ତୁ ବିବାହିତ ହୋଇ ତାଙ୍କର ଏକ ପୁଅ ରହିଛି । ହେଲେ ଅନ୍ୟ ଏକ ଝିଅକୁ ପ୍ରେମ କରି ସାନ୍ତନୁ ଘର ଛାଡ଼ି ଚାଲିଯାଛନ୍ତି । ଘରକୁ ଆଉ ଆସୁ ନାହାଁନ୍ତି ସାନ୍ତନୁ । ସେପଟେ ନିରଞ୍ଜନଙ୍କର ଦୁଇଟି ଝିଅ ଥିବା ବେଳେ ସମସ୍ତେ ବାହାରେ ରହୁଛନ୍ତି । ଶ୍ୱଶୁର ନିରଞ୍ଜନଙ୍କ ପାଖରେ କେବେଳ ବୋହୂ ଜୟନ୍ତୀ ଏବଂ ନାତି ରହୁଥିଲେ । ତେବେ ନିରଞ୍ଜନଙ୍କର ହଠାତ ମୃତ୍ୟୁ ପରେ କେହି ଆସିନଥିବାରୁ ଏକା ଏକା ଗାଁ ଲୋକଙ୍କ ସହ ମିସି ଶ୍ୱଶୁରଙ୍କୁ ମୁଖାଗ୍ନି ଦେଇଛନ୍ତି ବୋହୂ ଏବଂ ନାତି । ଅନ୍ୟପଟେ ଜୟନ୍ତିଙ୍କର ଏଭଳି ନିଷ୍ପତ୍ତି ପାଇଁ ବୋହୂ ଜୟନ୍ତୀଙ୍କୁ କାଶୀନଗର ଜନସାଧାରଣ ପ୍ରଶଂସା କରିଛନ୍ତି । କହିଛନ୍ତି ପ୍ରତିଟି ଶ୍ୱଶୁରଙ୍କୁ ଏଭଳି ବୋହୁ ମିଳିବା ଦରାକର ।