fbpx
BJD SKY
BJD SKY

Breaking news:ନିଲାମ ହେବ ଅର୍ଚ୍ଚନାଙ୍କ ଗାଡି, କୋର୍ଟରେ ଇଡି କଲା ଆବେଦନ

BJD

ଭୁବନେଶ୍ୱର: ହନି ଟ୍ରାପ ମାମଲାରେ ଜଡିତ ଅର୍ଚ୍ଚନା ନାଗଙ୍କ ୨ଟି ଗାଡି ନିଲାମ ହେବ । ୨ଟି ଗାଡିର ଖର୍ଦ୍ଦି ମୂଲ୍ୟ ୫୬ ଲକ୍ଷ ଟଙ୍କା ଦର୍ଶାଯାଇଥିବା ସୂଚନା । ଗାଡି ନିଲାମ ପାଇଁ କୋର୍ଟରେ ଇଡି କଲା ଆବେଦନ । ଅର୍ଚ୍ଚନାଙ୍କ ଏହି ଗାଡି ୨ଟି ହେଉଛି ଥାର୍ ଓ ଏଣ୍ଡେଭର । ମନି ଲଣ୍ଡରିଂ ନେଇ ଚଢଉ ବେଳେ ୨ଟି ଗାଡି ଜବତ କରିଥଇଲା ଇଡି ।

ଏଠାରେ ସୂଚାଇ ଦିଆଯାଇପାରେ କି ବ୍ଲାକମେଲିଂ ଓ ହନିଟ୍ରାପ ମାମଲାରେ ୧୪ ମାସ ଜେଲ୍‌ରେ ଥିବା ଅର୍ଚ୍ଚନା ହାଇକୋର୍ଟରୁ ଜାମିନ ମିଳିବା ପରେ ଜେଲ୍‌ରୁ ବାହାରିଥିଲେ । ୨ ଲକ୍ଷ ଟଙ୍କା ଓ ୨ ଜଣ ଜାମିନଦାର ବଦଳରେ ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ବଡବଡିଆଙ୍କୁ ବ୍ଲାକମେଲ୍ ଓ ହନିଟ୍ରାପ କରି ସେ ତିଆରି କରିଥିଲେ କଳା ସାମ୍ରାଜ୍ୟ । ଏହା ପୂର୍ବରୁ ଅର୍ଚ୍ଚନା ନାଗଙ୍କର ଦାମୀ ଗାଡି ଓ ଆଲିସାନ ଘରକୁ ସିଜ୍ କରିଥିଲା ଇଡି ।

Get real time updates directly on you device, subscribe now.