fbpx
BSKY
BJD SHG SKY
BJD YOUTH SKY

ଭାରତ-ଇଂଲଣ୍ଡ ଟେଷ୍ଟ: ୪୪୫ ରନ୍‌ରେ ଶେଷ ହେଲା ଭାରତର ପ୍ରଥମ ଇନିଂସ

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ୪୪୫ ରନ୍ କରି ଆଉଟ୍ ହୋଇଯାଇଛି। ରାଜକୋଟରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତର ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଅଧିନାୟକ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ଶତକ । ରୋହିତ ଶର୍ମା ସର୍ବାଧିକ ୧୩୧ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ୧୧୨ ରନ୍ କରିଥିଲେ।

ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ସର୍ଫରାଜ ଖାନ୍ ମଧ୍ୟ ୬୨ ରନ୍ର ଆକର୍ଷଣୀୟ ଇନିଂସ୍ ଖେଳିଥିଲେ। ସେ ଦୁର୍ଭାଗ୍ୟଜନକ ଢଙ୍ଗରେ ରନ୍ ଆଉଟ୍ ହୋଇଥିଲେ। ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଧ୍ରୁବ ଜୁରାଇଲ ମଧ୍ୟ ୪୬ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ୧୧୪ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ୫ ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ ପ୍ରଥମ ଟେଷ୍ଟ ଜିତିଥିବା ବେଳେ ଭାରତ ଦ୍ୱିତୀୟ ଟେଷ୍ଟ ଜିତିଥିଲା।

Get real time updates directly on you device, subscribe now.