fbpx

ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ ବୋଲି କହିଲେ ଭାରତୀୟ ନିର୍ବାଚନ କମିଶନ, ନଜର ରଖିବ ସି-ଭିଜିଲ୍

ନୂଆଦିଲ୍ଲୀ: ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ ବୋଲି କହିଲେ ଭାରତୀୟ ନିର୍ବାଚନ କମିଶନ । ସମୀକ୍ଷା ପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ‘ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ । ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଯାଇଛି । ସବୁ ଭୋଟର ଆସନ୍ତୁ, ଗଣତନ୍ତ୍ର ମହାପର୍ବରେ ସାମିଲ ହୁଅନ୍ତୁ ।’

ଓଡ଼ିଶାରେ ମୋଟ ୩ କୋଟି ୩୨ ଲକ୍ଷ ଭୋଟର ଏଥର ଭୋଟ ଦେବେ । ମୋଟ ୩୭,୮୦୯ ବୁଥରେ ଭୋଟ ଦିଆଯିବ । ଏହା ବ୍ୟତୀତ ୨୨,୬୮୫ରେ ୱେବକାଷ୍ଟିଂ ହେବ । ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ ।

ନଜର ରଖିବ ସି-ଭିଜିଲ୍:

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ, ‘ସି-ଭିଜିଲ୍ ଜରିଆରେ ହିଂସାକାଣ୍ଡ, ବୁଥରେ ଗଣ୍ଡଗୋଳ ଉପରେ ନଜର ରଖାଯିବ । ଭୋଟ ସମୟରେ କେଉଁଠି ଯଦି କିଛି ଗଡବଡି ହେଲେ ଲୋକେ କମିଶନଙ୍କୁ ଜଣାଇପାରିବେ ବୋଲି କୁହାଯାଇଛି । ନାମ ଗୋପନ ରଖି କମିଶନଙ୍କୁ ଅଭିଯୋଗ କରିପାରିବେ ଲୋକେ । ଯେଉଁଠି ଅଭିଯୋଗ ଆସିବ, ସେଠାରେ ଆମେ ୧୦୦ ମିନିଟ ଭିତରେ ପହଁଚିବୁ ।ନିର୍ଦ୍ଦିଷ୍ଟ ଜାଗାରେ ସଭା ପାଇଁ ଯିଏ ପ୍ରଥମେ ଆବେଦନ କରିବ, ତାକୁ ମିଳିବ । ଅପରାଧିକ ମାମଲାରେ ଥିଲେ ୩ ଥର ବିଜ୍ଞାପନ ଦେଇ ପ୍ରାର୍ଥୀମାନେ ଜଣାଇପାରିବେ ।’

 

Get real time updates directly on you device, subscribe now.