fbpx

‘ପୁଷ୍ପା ୨’ ରିଲିଜ ପୂର୍ବରୁ ‘ପୁଷ୍ପା ୩’ର ଘୋଷଣା, ନିଜେ ଅଲ୍ଲୁ ଅର୍ଜୁନ କଲେ Confirm

ନୂଆଦିଲ୍ଲୀ: ୨୦୨୧ରେ ଯେବେ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ ରିଲିଜ ହୋଇଥିଲା ଲୋକେ ଏହି ଫିଲ୍ମ ଦେଖି ଏତେ ମୁଗ୍ଧ ହୋଇଯାଇଥିଲେ ଯେ, ଯାହା ମୁଁହରୁ ଶୁଣିବେ ‘ଝୁକେଗା ନେହିଁ ସାଲା’ ବାହାରୁଥିଲା । ଏହି ଫିଲ୍ମର ସଂଗୀତ ଗୁଡ଼ିକ ମଧ୍ୟ ଖୁବ ଜୋରରେ ଭାଇରାଲ ହୋଇଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ସୁକୁମାର ଦେଇଥିବା ବେଳେ ମେଲ-ଫିମେଲ ଲିଡ କ୍ୟାରେକ୍ଟରରେ ଅଲ୍ଲୁଅର୍ଜୁନ-ରଶ୍ମୀକା ମନ୍ଦାନା ଅଭିନୟ କରିଥିଲେ । ଫିଲ୍ମର ଏପରି ଲୋକପ୍ରିୟତା ଦେଖି ମେକର୍ସ ‘ପୁଷ୍ପା ୨’କୁ ନେଇ ଆସୁଛନ୍ତି । ହେଲେ ବର୍ତ୍ତମାନ ଅଲ୍ଲୁ ଅର୍ଜୁନ ଆଉ ଏକ ବଡ଼ ସୂଚନା ଦେଇ ‘ପୁଷ୍ପା ୩’କୁ ମଧ୍ୟ ନିଶ୍ଚିତ କରିଛନ୍ତି ।

ଅଲ୍ଲୁ ଅର୍ଜୁନ ନିଜ ଫିଲ୍ମ ‘ପୁଷ୍ପା ଦି ରାଇଜ’ର ସ୍କ୍ରିନିଂ ପାଇଁ ୧୬ ଫେବୃଆରୀ ଦିନ ବର୍ଲିନ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇଥିଲେ । ସେଠାରେ ସେ ଇଣ୍ଡିଆନ ସିନେମାକୁ ରିପ୍ରେଜେଣ୍ଟ କରିବା ପାଇଁ ଯାଇଥିଲେ । ସେଠାରେ ଅଲ୍ଲୁ ଅର୍ଜୁନ ମିଡିଆ ସହ କଥାବାର୍ତ୍ତା ସମୟରେ ‘ପୁଷ୍ପା ୩’କୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ, ‘ଆପଣ ‘ପୁଷ୍ପା ୩’ ପାଇଁ ଆଶା କରିପାରିବେ । ଆମେ ଏହାର ଫ୍ରାନଚାଇଜ ପ୍ରସ୍ତୁତ କରିବାକୁ ଚାହୁଁଛୁ ଏବଂ ଆମ ପାଖେ ଏକ୍ସାଇଟିଙ୍କ ଆଇଡିଆଜ୍ ରହିଛି ।’ ତାଙ୍କ ବିବୃତ୍ତିରୁ ସ୍ପଷ୍ଟ ହୋଇଯାଇଛି ଯେ, ପୁଷ୍ପା ୩ ମଧ୍ୟ ଦର୍ଶକଙ୍କ ପାଇଁ ପ୍ରସ୍ତୁତ କରାଯିବ ।

Get real time updates directly on you device, subscribe now.