fbpx
BSKY SKY
BSKY SKY

ନିର୍ବାଚନରେ ମିଥ୍ୟା ଅଭିଯୋଗ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର

BSKY

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ପରେ ୨୦୨୪ ସାଧାରଣ ନିର୍ବାଚନ, ଏହାକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟପାକ ପ୍ରସ୍ତୁତି କରାଯାଉଛି। ସେହିପରି ନିର୍ବାଚନ ସମ୍ପର୍କରେ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶ ଜାରି କରାଯାଉଛି। ଏହାରି ମଧ୍ୟରେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଏକ ବିବୃତି ସାମ୍ନାକୁ ଆସିଛି। ତେବେ ନିର୍ବାଚନ ଆସିଲେ ଗୋଟିଏ ରାଜନୈତିକ ଦଳ ଅନ୍ୟ ରାଜନୈତିକ ଦଳ ଅବା ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ କରିବା ଏକ ସାଧାରଣ କଥା। କିନ୍ତୁ ଏଣିକି କୌଣସି କାରଣରୁ ମିଥ୍ୟା ଅଭିଯୋଗ ଆଣିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏହାକୁ ନେଇ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ବିବୃତି ରଖିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଯଦି କେହି କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ, କର୍ମୀଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ତାହା ଆମେ ଗ୍ରହଣ କରି ପ୍ରତିପକ୍ଷଙ୍କୁ ଜବାବ୍‌‌ ତଲବ କରୁଛୁ। ସେଥିରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ଯଦି କେହି ନିଜର ବ୍ୟକ୍ତିଗତ ଅବା ରାଜନୈତିକ ସ୍ୱାର୍ଥ ପାଇଁ କାହା ବିରୋଧରେ ମିଥ୍ୟା, ଭିତ୍ତିହୀନ ଅଭିଯୋଗ କରୁଛନ୍ତି, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନା ଥାଉକି, ଗତକାଲି ଓଡ଼ିଶା ରାଜ୍ୟ ସମୀକ୍ଷା ପରେ, ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ ବୋଲି ଭାରତୀୟ ନିର୍ବାଚନ କମିଶନ କହିଥିଲେ। ତାଙ୍କ କହିବା ଅନୁଯାୟୀ, ‘ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ । ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଯାଇଛି । ସବୁ ଭୋଟର ଆସନ୍ତୁ, ଗଣତନ୍ତ୍ର ମହାପର୍ବରେ ସାମିଲ ହୁଅନ୍ତୁ ।’

ଏଠାରେ କହି ରଖୁ ଯେ, ଓଡ଼ିଶାରେ ଏଥର ମୋଟ ୩ କୋଟି ୩୨ ଲକ୍ଷ ଭୋଟରଭୋଟ ଦେବେ। ମୋଟ ୩୭,୮୦୯ ବୁଥରେ ଭୋଟ ଦିଆଯିବ । ଏହା ବ୍ୟତୀତ ୨୨,୬୮୫ରେ ୱେବକାଷ୍ଟିଂ ହେବ । ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ।

 

Get real time updates directly on you device, subscribe now.