fbpx
BJD SKY
BJD SKY

ଟେଷ୍ଟ କ୍ରିକେଟରେ ସର୍ବବୃହତ୍ ବିଜୟ ହାସଲ କଲା ଭାରତ: ୩ୟ ଟେଷ୍ଟରେ ନୂଆ ଇତିହାସ ରଚିଲା ଟିମ୍ ଇଣ୍ଡିଆ

BJD

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ରାଜକୋଟଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି । ଇଂଲଣ୍ଡକୁ ୪୩୪ ରନର ବଡ଼ ବ୍ୟବଧାନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ତୃତୀୟ ଦିବସରେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନୁପସ୍ଥିତ ରହିଥିଲେ ହେଁ ଭାରତୀୟ ବୋଲରମାନେ କମାଲ କରିଥିଲେ । ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରିବା ଫଳରେ ଦଳ ଏହି ମ୍ୟାଚରେ ଜିତିବା ସହ ସିରଜରେ ୨-୧ରେ ଆଗୁଆ ରହିଛି ।

ପ୍ରଥମ ଇନିଂସରେ ଭାରତ ୪୪୫ ରନ୍ ସଂଗ୍ରହ କରିଥିବା ବେଳେ ଇଂଲଣ୍ଡ ୩୧୯ ରନ୍ ସଂଗ୍ରହ କରି ୧୨୬ ରନ୍ ପଛରେ ରହିଥିଲା । ଏହାପରେ ଭାରତ ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୟସ୍ୱାଲଙ୍କ ଅପରାଜିତ ଦ୍ୱିଶତକ ବଳରେ ୪୩୦ ରନରେ ଘୋଷଣା କରି ଇଂଲଣ୍ଡକୁ ୫୫୭ ରନର ଏକ ବଡ଼ ଟାର୍ଗେଟ୍ ଦେଇଥିଲା । ଜବାବରେ ଇଂଲଣ୍ଡ ମାତ୍ର ୧୨୨ ରନରେ ଅଲଆଉଟ ହେବା ସହତ ୪୩୪ ରନରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା । ଆଜିର ବିଜୟ ଫଳରେ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗରେ ରହିଛି ।

ତେବେ ଆଜିର ବିଜୟ ଫଳରେ ଭାରତ ନୂଆ ଇତିହାସ ରଚିଛି । ପୂର୍ବରୁ ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସର୍ବବୃହତ ବିଜୟ ବ୍ୟବଧାନ ୩୭୨ ରନ୍ ରହିଥିବା ବେଳେ ଇଂଲଣ୍ଡ ବିପକ୍ଷରେ ଭାରତ ୪୩୪ ରନରେ ଜିତି ସବୁ ରେକର୍ଡ ଅତିକ୍ରମ କରିଯାଇଛି । ୨୦୨୧ ମସିହା ଡିସେମ୍ବର ମାସରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ୩୭୨ ରନ୍ ବ୍ୟବଧାନରେ ଜିତିଥିଲା । ତା’ ପୂର୍ବରୁ ଭାରତ ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୩୭ ରନ ବ୍ୟବଧାନରେ, ୨୦୧୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୨୧ ରନ ବ୍ୟବଧାନରେ ଓ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୨୦ ରନ୍ ବ୍ୟବଧାନରେ ବିଜୟ ହାସଲ କରିଥିଲା ।

Get real time updates directly on you device, subscribe now.