fbpx

ଏଥର ହୋଲିରେ ଚନ୍ଦ୍ରଗ୍ରହଣ ପଡୁଥିିବାରୁ କ’ଣ ଖେଳିପାରିବେନି ହୋଲି, କ’ଣ କହୁଛନ୍ତି ଜ୍ୟୋତିଷାଚାର୍ଯ୍ୟ

ଓଡ଼ିଶା ଭାସ୍କର: ରଙ୍ଗର ପର୍ବ ହୋଲିକୁ ନେଇ ସମସ୍ତଙ୍କ ମନ ମଧ୍ୟରେ ବେଶ୍ ଉତ୍ସାହ ଭରି ରହିଥାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଫାଲଗୁନ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ହୋଲି ପର୍ବ ପାଳନ କରାଯାଏ । ଏଥର ହୋଲି ୨୫ ମାର୍ଚ୍ଚ ସୋମବାର ପାଳନ କରାଯିବ । ତେବେ ଏଥର ହୋଲାଷ୍ଟକ ୧୭ ମାର୍ଚ୍ଚ ରବିବାର ଠାରୁ ଆରମ୍ଭ ହୋଇଯିବ । ୨୪ ମାର୍ଚ୍ଚରେ ହୋଲିକା ଦହନ ହେବ ।

ଏଥର ହୋଲି ବହୁତ ଖାସ୍ ରହିବ । କାରଣ ଏଥର ହୋଲି ଦିନ ହିଁ ୨୦୨୪ର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବ । ଯାହାର ପ୍ରଭାବ ପର୍ବ ଉପରେ ପଡିବ । ୨୫ ମାର୍ଚ୍ଚ ୨୦୨୪ ସୋମବାର ଦିନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବ । ଏହି ଗ୍ରହଣ ସକାଳ ୧୦ଟା ୨୩ମିନିଟ୍‌ରୁ ଆରମ୍ଭ ହେବ ଯାହା ଦ୍ୱିପ୍ରହର ୩ଟା ୨ ମିନିଟ୍ ପର୍ଯ୍ୟନ୍ତ ରହିବ । ତେବେ ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ ଭାରତର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ । କିନ୍ତୁ ଏହାର ପ୍ରଭାବ ୧୨ ରାଶି ଉପରେ ଜରୁର ପଡିବ ।

ହୋଲିଦିନ ଚନ୍ଦ୍ର ଗ୍ରହଣ କନ୍ୟା ରାଶିରେ ଲାଗିବାକୁ ଯାଉଛି । ଏହି ରାଶିରେ ରାହୁ ପୂର୍ବରୁ ବିରାଜମାନ ହୋଇ ରହିଛି । ତେଣୁ କନ୍ୟା ରାଶି ଏହିଦିନ ସାବଧାନତାର ସହ ଚଳିବା ଉଚିତ । ଦୁର୍ଘଟଣାର ସମ୍ଭାବନା ରହିବା ସହିତ ସ୍ୱାସ୍ଥ୍ୟ ବିଗିଡିଯିବାର ବି ସମ୍ଭାବନା ରହିଛି ।

ଏହି ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ । ତେଣୁ ଏହାର ପ୍ରଭାବ ହୋଲି ଉପରେ ପଡିବ ନାହିଁ । ତେଣୁ ଆପଣ ବିନା ଚିନ୍ତାରେ ଏହି ପର୍ବ ମନାଇପାରିବେ ଓ ବିଧି ଅନୁଯାୟୀ ହୋଲିକା ଦହନ ବି କରିପାରିବେ ।

Get real time updates directly on you device, subscribe now.