fbpx
BJD SKY
BJD SKY

ଆଖି କାଢ଼ିବା ସହ କାଟିଦେଲେ ସ୍ତନ! ଝିଅ ସହ ଏପରି ଅତ୍ୟାଚାର, ଏବେ କବରରୁ ମିଳିଥିବା ମୃତଦେହ ଖୋଲିବ ରହସ୍ୟ

BJD

କୋଲକାତା: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନାବାଳିକାଙ୍କ ମୃତଦେହକୁ କବରରୁ ବାହାର କରାଯାଇଛି । ଝିଅର ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ୧୩ ବର୍ଷର ଝିଅକୁ ଅପହରଣ କରାଯାଇ ଶାରୀରିକ ନିର୍ଯାତନା ଦିଆଯାଇଥିଲା । ତାଙ୍କ ଆଖି ବାହାର କରାଯାଇଥିଲା । ସ୍ତନ ମଧ୍ୟ କାଟି ଦିଆଯାଇଥିଲା । ଝିିଅ ମୃତ୍ୟୁର ପ୍ରାୟ ୨୦ ଦିନ ପରେ ନିରୀହ ଝିଅର ମୃତଦେହକୁ ପୋଷ୍ଟମର୍ଟମ ପାଇଁ କବରରୁ ବାହାର କରାଯାଇଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଶୁକ୍ରବାର ମୁର୍ସିଦାବାଦ ଜିଲ୍ଲାର ହରିହରପାରା ଅଞ୍ଚଳରେ ଘଟିଛି ।

ପୋଲିସର ସୂଚନାନୁସାରେ, ମୃତଦେହକୁ କବରରୁ ବାହାର କରି ପୋଷ୍ଟମର୍ଟମ ପାଇଁ ଏସଏସକେଏମ୍ ହସ୍ପିଟାଲ କୋଲକାତା ପଠାଯିବ । ହରିହରପାରା ନିବାସୀ ଜଣେ ୧୩ ବର୍ଷର ଝିଅ ପ୍ରାୟ ୫ ଦିନ ନିଖୋଜ ଥିଲେ । ଜାନୁଆରୀ ୨୭ ରେ ହରିହରପାରା ଗାଁର ସୋରିଷ କ୍ଷେତରୁ ଝିିଅର ମୃତଦେହ ଉଦ୍ଧାର କରାଯାଇଥିଲା ।

ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି :-
ପରିବାର ଦାବି କରିଛନ୍ତି ଯେ, ଝିଅଟିର ଆଖି ତାଡିବା ସହ ଏବଂ ସ୍ତନ କାଟିଛନ୍ତି ଦୁର୍ବୃତ୍ତ । ନାବାଳିକାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ଅପହରଣ ଓ ଶାରୀରିକ ନିର୍ଯାତନା ଦିଆଯିବା ପରେ ତାଙ୍କୁ ହତ୍ୟା କରାଯାଇ ସୋରିଷ କ୍ଷେତରେ ଫିଙ୍ଗି ଦିଆଯାଇଥିଲା । ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି, କିନ୍ତୁ ଏହା ପୂର୍ବରୁ ମୃତଦେହକୁ ପୋତି ଦିଆଯାଇଥିଲା ।

ଏହି ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ :-
ପୀଡିତାଙ୍କ ପରିବାର ଏହି ମାମଲାରେ ସଠିକ୍ ତଦନ୍ତ ଦାବି କରି ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ । ହାଇକୋର୍ଟ ମୃତଦେହକୁ କବରରୁ ବାହାର କରି ପୁଣିଥରେ ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଦିନ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଶବକୁ କବରରୁ ବାହାର ଯାଇଥିଲା । କୌଣସି ଅଘଟଣକୁ ରୋକିବା ପାଇଁ ମୃତ ଶରୀରକୁ ବାହାର କରିବା ସମୟରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ହୋଇଥିଲେ । ନାବାଳିକାଙ୍କ ପ୍ରତି ଅତ୍ୟାଚାର ପରେ ସ୍ଥାନୀୟ ଲୋକ ଅତ୍ୟଧିକ ରାଗିଯାଇଛନ୍ତି । ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ସ୍ଥାନୀୟ ଲୋକ ଦାବି କରୁଛନ୍ତି ।

Get real time updates directly on you device, subscribe now.