fbpx

ଚେସରେ ଇତିହାସ ରଚିଲା ୮ ବର୍ଷୀୟ ବାଳକ: ସର୍ବକନିଷ୍ଠ ଖେଳାଳି ଭାବେ ଗ୍ରାଣ୍ଡମାଷ୍ଟରଙ୍କୁ ପରାସ୍ତ କଲା

ନୂଆଦିଲ୍ଲୀ: ଚେସରେ ଇତିହାସ ରଚିଛି ଏକ ୮ ବର୍ଷୀୟ ବାଳକ । ଭାରତୀୟ ମୂଳ ବାସିନ୍ଦା ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଜଣେ ଗ୍ରାଣ୍ଡମାଷ୍ଟରଙ୍କୁ ପରାସ୍ତ କରିପାରିଛି । ୮ ବର୍ଷୀୟ ଭାରତୀୟ ବଂଶଜ ଅଶ୍ୱଥ କୌଶିକ ବର୍ଗଡର୍ଫର ଷ୍ଟାଡଥାଉସ ଓପନରେ ପୋଲାଣ୍ଡର ଗ୍ରାଣ୍ଡମାଷ୍ଟର ଜାସେକ ଷ୍ଟୋପାଙ୍କୁ ହରାଇଛି । ଅଶ୍ୱଥ ସର୍ବକନିଷ୍ଠ ଖେଳାଳି ଭାବେ ନିଜ ବୟସ ଠାରୁ ୫ ଗୁଣା ଅଧିକ ବୟସ୍କ ଖେଳାଳିଙ୍କୁ ମାତ୍ ଦେଇ ବିଶ୍ୱ ରେକର୍ଡ କରିଛି ।

ସିଙ୍ଗାପୁର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମୂଳ ଭାରତୀୟ ଅଶ୍ୱଥ ପ୍ରତିପକ୍ଷ ୩୭ ବର୍ଷୀୟ ଷ୍ଟୋପାଙ୍କୁ ପରାସ୍ତ କରିଛି । କିଛି ସପ୍ତାହ ପୂର୍ବରୁ ସର୍ବିଆର ଲିଓନିଡ ଇଭାନୋଭିଚ ବେଲଗ୍ରେଡ ଓପନରେ ବୁଲଗାରିଆର ୬୦ ବୟସ୍କ ଗ୍ରାଣ୍ଡମାଷ୍ଟର ମିଲକୋ ପୋଚଭେଙ୍କୁ ପରାସ୍ତ କରିଥିଲେ । ଇଭାନୋଭିଚଙ୍କ ବୟସ ଅଶ୍ୱଥ ଠାରୁ ବୟସରେ କିଛି ଅଧିକ ରହିଛି । ୨୦୨୨ରେ ଅଣ୍ଡର-୮ ଇଷ୍ଟର୍ଣ୍ଣ ଏସିଆ ୟୁଥ ଚାମ୍ପିୟନଶିପରେ ଚେସର ଭ୍ୟାରିଏସନ କ୍ଲାସିକ, ରାପିଡ ଓ ବ୍ଲିଟଜରେ ଟ୍ରିପଲ ଚାମ୍ପିୟନ ହେବା ପରେ ଅଶ୍ୱଥ ଚର୍ଚ୍ଚାରେ ରହିଥିଲା । ବର୍ତ୍ତମାନ ଅଶ୍ୱଥ ବିଶ୍ୱ ରାଙ୍କିଂରେ ୩୭,୩୩୮ତମ ସ୍ଥାନରେ ରହିଥିବା ବେଳେ ସେ ୨୦୧୭ରେ ସିଙ୍ଗାପୁର ଚାଲିଯାଇଥିଲା । ଆଗକୁ ହେବାକୁ ଥିବା ଫିଡେ ବିଶ୍ୱକପରେ ଉଚ୍ଚକୋଟୀର ପ୍ରଦର୍ଶନ କରିବାକୁ ଅଶ୍ୱଥ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.