ଖଜୁରୀରେ କ’ଣ ସବୁ ଉପଲବ୍ଧ ଥାଏ ଓ ଏହାକୁ ଖାଇବା ଦ୍ୱାରା କ’ଣ ଲାଭ ମିଳିଥାଏ? ଜାଣନ୍ତୁ…

ଓଡିଶା ଭାସ୍କର: ହଜାର ହଜାର ବର୍ଷ ପୂର୍ବେ ଖଜୁରୀ ଗୁଡ଼ିକରେ ମ୍ୟାଜିକ୍ ଆରୋଗ୍ୟ ଶକ୍ତି ଥିବା ବିଶ୍ୱାସ କରାଯାଉଥିଲା । ଆଉ ଆଜି ସେହି ସୁସ୍ୱାଦୁ ଖଜୁରୀ ସମସ୍ତଙ୍କ ଖାଦ୍ୟରେ ଏକ ମୁଖ୍ୟ ହେବା ଉଚିତ୍ । କେବଳ ଆରୋଗ୍ୟ ଶକ୍ତି ପାଇଁ ନୁହେଁ, ବରଂ ସମସ୍ତ ବଡ଼ ଲାଭ ପାଇଁ ଏହା ମୁଖ୍ୟ ହେବା ଦରକାର।

ଏହି ଖଜୁରୀରେ ଭିଟାମିନ୍ ଏବଂ ମିନେରାଲ୍ସ ସହିତ ପ୍ୟାକ୍ ହୋଇ ରହିଥାଏ । ଏହା ଫାଇବରର ଏକ ଉତ୍ତମ ଉତ୍ସ ମଧ୍ୟ । ସେହିପରି ଏଥିରେ ପ୍ରାକୃତିକ ସୁଗାର ଅଧିକା ରହିଥାଏ । ଏହି କାରଣରୁ ଏହାକୁ ଖାଇବା ପରେ ମିଠା ଖାଇବା ଅନୁଚିତ । ଆପଣ ଚିନି ବିକଳ୍ପରେ ଖଜୁରୀକୁ ଖାଇପାରିବେ। ଏହା ଛଡା ହାଡ ମଜବୁତ କରିବା ସହିତ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ ଖଜୁରୀ । ଏଭଳି ଏଥିରେ ଅନେକ ପରିମାଣରେ ଲାଭ ରହିଛି ଯାହାକୁ ନେଇ ଖାଦ୍ୟପେୟ ବିଷୟରେ ସଚେତନ ହେବା ଉଚିତ୍ । ଏହା ସହ ଆମର ପ୍ରତ୍ୟେକ ଦିନର ମିଲରେ ଖଜୁରୀକୁ ଯୋଡି ରଖିବା ନିହାତି ଦରକାର।

  • ଖଜୁରୀରେ କ’ଣ ସବୁ ଉପଲବ୍ଧ ଥାଏ ଓ ଏହାକୁ ଖାଇବା ଦ୍ୱାରା କ’ଣ ଲାଭ ମିଳିଥାଏ?

ଏଥିରେ ପ୍ରଚୁର ପରିମାଣରେ ମିନେରାଲ, ଫାଇବର ଏବଂ ଭିଟାମିନ ରହିଥାଏ । ସେହିପରି ଗୋଟିଏ ଖଜୁରୀରେ ପୋଟାସିୟମ ୬୯୬ ଏମଜି, ମ୍ୟାଗ୍ନେସିୟମ ୫୪ ଏମଜି, ଭିଟାମିନ-ବି ୬.୦୨ ଏମଜି, ଫାଇବର ୬.୭ ଏମଜି, ମାଙ୍ଗାନିଜ ୦.୩ ଏମଜି ଏବଂ କପର ୦.୪ ଏମଜି ରହିଥାଏ।

ଖଜୁରୀରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା ଅଧିକ ରହିଥାଏ । ଯାହା ଆମ ଶରୀରରେ ଥିବା ଅନେକ ପ୍ରକାର ରୋଗ ସହିତ ଲଢିବାରେ ସକ୍ଷମ ହୋଇଥାଏ । ଖଜୁରୀରେ ଫ୍ଲାବୋନାଇଡସ୍‌, କେରୋଟେନାଇଡସ୍‌, ଫେନୋଲିକ ଏସିଡ ରହିଥାଏ।

ଖଜୁରୀରେ ଆୟରନର ଭାଗ ଅଧିକା ରହିଥାଏ, ଯାହା ଶରୀରରେ ହିମୋଗ୍ଲୋବିନର ମାତ୍ରା ଅଧିକ କରିବାରେ ସାହାଯ୍ୟ କରିଥାଏ। ପ୍ରାୟତଃ ମହିଳା, ଛୋଟପିଲାମାନେ ଏନିମିଆ ରୋଗରେ ପୀଡିତ ହୋଇଥାନ୍ତି। ଖଜୁରୀ ସେବନ କରିବା ଦ୍ୱାରା ଏହି ସମସ୍ୟା ବହୁ ମାତ୍ରାରେ ଦୂର ହୋଇଥାଏ।

ଖଜୁରୀରେ ସେଲୋନିୟମ, ମାଙ୍ଗାନିଜ ଏବଂ ମ୍ୟାଗ୍ନେସିୟମ ଉପଲବ୍ଧ ରହିଥାଏ, ଯାହା ହାଡ ଶକ୍ତ କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ କ୍ୟାନସର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ଜଣାପଡିଛି।

ଖଜୁରୀରେ ଥିବା ସାଲ୍ୟୁବଲ ଫାଇବର ପାଚନ ପକ୍ରିୟାକୁ ସଠିକ ରୂପେ ନିୟନ୍ତ୍ରିତ କରିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ୱାରା ପାଚନ ସମସ୍ୟା ହୋଇନଥାଏ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।