fbpx

IND VS ENG : ଟେଷ୍ଟ ଡେବ୍ୟୁରେ ଆକାଶଦୀପଙ୍କ କମାଲ, ନୋ ବଲ୍ କାରଣରୁ ପ୍ରଥମ ୱିକେଟ୍ ହାତରୁ ଖସି ଯାଇଥିଲେ ବି ଏହାର ଉତ୍ତରରେ ନେଲେ ୩ଟି ଦ୍ରୁତ ୱିକେଟ୍

ରାଞ୍ଚି: ଇଂଲଣ୍ଡ ବିରୁଦ୍ଧରେ ୪ର୍ଥ ଟେଷ୍ଟରେ ଆକାଶଦୀପ ତାଙ୍କର ଡେବ୍ୟୁ କ୍ୟାପ୍ ରିସିଭ୍ କରିଛନ୍ତି । ଫେବୃୟାରୀ ୨୩ରେ ଭାରତର ହେଡ୍ କୋଚ୍ ରାହୁଲ ଦ୍ରାବିଡ ତାଙ୍କୁ କ୍ୟାପ୍ ହସ୍ତାନ୍ତର କରିବା ପରେ ଦୀପଙ୍କ ପ୍ରତୀକ୍ଷାର ଅନ୍ତ ହୋଇଛି ।

ଆଜି ଟେଷ୍ଟ ଡେବ୍ୟୁରେ ଆକାଶ ଇଂଲଣ୍ଡର ଜାକ୍ କ୍ରଲେଙ୍କୁ ଆଉଟ୍ କରି ପ୍ରଥମ ୱିକେଟ୍ ନେଇଥିଲେ । କିନ୍ତୁ ଏହା ନୋ ବଲ୍ ଥିଲା ବୋଲି ଥାର୍ଡ ଅମ୍ପାୟାର କହିବା ପରେ ଦୀପ ସାମାନ୍ୟ ହତାଶ ହୋଇପଡିଥିଲେ । କିନ୍ତୁ ନିଜର ଡେବ୍ୟୁ ୱିକେଟ୍ ନେବାକୁ ତାଙ୍କୁ ବେଶୀ ସମୟ ଲାଗି ନ ଥିଲା । ଏହା ପରେ ପରେ ହିଁ ଆକାଶ ମାତ୍ର ୩ ବଲ୍ ବ୍ୟବଧାନରେ ବେନ୍ ଡକେଟ୍ ଓ ଓଲି ପୋପ୍‌ଙ୍କ ୱିକେଟ୍ ନେଇଥିଲେ ।

ବେନ୍ ଓ ଓଲି ଇଂଲଣ୍ଡ ଲାଗି ପ୍ରମୁଖ ରନ୍ ମେକର୍ ଥିଲେ । ଏହି ଦୁଇ ମୁଖ୍ୟ ବ୍ୟାଟସମ୍ୟାନଙ୍କୁ ଆଉଟ୍ କରି ଦୀପ ଇଂଲଣ୍ଡ ବିପକ୍ଷରେ ନିଜର ଡେବ୍ୟୁ କମାଲ ଦେଖାଇଥିଲେ ।୨୭ ବର୍ଷାୟ ଆକାଶଦୀପ ମୂଳତଃ ବିହାର ଡେହେରୀର ବାସିନ୍ଦା । କିନ୍ତୁ ସେ ଜାତୀୟ କ୍ରିକେଟରେ ପଶ୍ଚିମବଙ୍ଗ ପାଇଁ ଖେଳିଥାନ୍ତି । ଏହି ଅଲ୍ ରାଉଣ୍ଡର ଭାରତୀୟ ବୋଲର ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପାଇଁ ଖେଳିଛନ୍ତି । ୨୦୨୨ ଏସିଆନ ଗେମ୍‌ରେ ସେ ଭାରତୀୟ ସ୍କ୍ୱାର୍ଡରେ ଶିବମ୍ ମାଭିଙ୍କ ସ୍ଥାନରେ ଖେଳିଥିଲେ । ନଭେମ୍ବର ୨୦୨୩ରେ ସାଉଥ୍‌ଆଫ୍ରିକା ବିରୁଦ୍ଧରେ ଭାରତୀୟ ସ୍କ୍ୱାଡରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.