fbpx
BJD SKY
BJD SKY

ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ MoU ସ୍ୱାକ୍ଷର, ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରକଳ୍ପ କାର୍ଯ୍ୟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ଭାବେ ପ୍ରୟାସ କରିଆସିଛନ୍ତି । ଏହି କ୍ରମରେ ରାଜ୍ୟବାସୀଙ୍କ ପାଇଁ ଆସିଛି ପୁଣି ଏକ ବଡ଼ ଖୁସି ଖବର । ରାଜ୍ୟରେ ପ୍ରତିଷ୍ଠା ହେବ ବିମାନ ଓ ପ୍ରତିରକ୍ଷା ଯନ୍ତ୍ରାଂଶ ଉତ୍ପାଦନ କାରଖାନା । ଏଥିରେ ୨୬ ହଜାର କୋଟି ଟଙ୍କା ନିବେଶ କରାଯିବ ଓ ଏହା ମାଧ୍ୟମରେ ରାଜ୍ୟରେ ୧୦ ହଜାର କର୍ମ ନିଯୁକ୍ତି ସୃଷ୍ଟି ହେବ ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କଲ୍ୟାଣ ଷ୍ଟିଲ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଆସନ୍ତା ସେପ୍ଟେମ୍ବର ମାସରୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ କରଯାଇଛି । ୨ଟି ପର୍ଯ୍ୟାୟରେ ପୁଞ୍ଜି ନିବେଶ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୧,୭୫୦ କୋଟି ଟଙ୍କା ବ୍ୟୟ କରାଯିବ । ୨୪ ମାସରେ ଉତ୍ପାଦନ କାମ ଆରମ୍ଭ ହେବ ।

ଢେଙ୍କାନାଳର ଗଜମରାଠାରେ ଏହି ଉତ୍ପାଦନ କାରଖାନା ପ୍ରତିଷ୍ଠା ନେଇ କଲ୍ୟାଣୀ ଷ୍ଟିଲକୁ ଅନୁମତି ମିଳିଛି । ଏହା ପ୍ରତିଷ୍ଠା ହେଲେ ରାଜ୍ୟରେ ବୈଷୟିକ ନିଯୁକ୍ତି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ । ପୂର୍ବରୁ ରାଜ୍ୟର ଛୋଟ ଓ ବଡ଼ ଜିଲ୍ଲାରୁ ଦେଶ, ବିଦେଶକୁ ବିମାନ ଚଳାଚଳ ସେବା ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଏରୋସ୍ପେସ ଓ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ନୂଆ ଯୁଗ ସୃଷ୍ଟି ହେବ । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

ଇଣ୍ଟିଗ୍ରେଟେଡ ଆଡଭାନ୍ସ ସ୍ପେସିଆଲିଟି ଷ୍ଟିଲ ଓ ଅଟୋମୋବାଇଲ ଯନ୍ତ୍ରାଂଶ ଉତ୍ପାଦନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ପ୍ରଦାନ କରିବେ । ଏଥିପାଇଁ ୨୬ ହଜାର କୋଟି ଟଙ୍କା ନିବେଶ କରାଯିବ ଓ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟର ହଜାର ହଜାର ଉଚ୍ଚଶିକ୍ଷିତ ଯୁବକ ଯୁବତୀ ପାଇଁ ଏହା ଏକ ବଡ଼ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଆଇଟିଆଇ, ପଲିଟେକ୍ନିକ, ଇଞ୍ଜିନିୟରିଂ ବିଭାଗର ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ ।

ରାଜ୍ୟରେ ବିମାନ ଓ ପ୍ରତିରକ୍ଷା ଯନ୍ତ୍ରାଂଶ ଉତ୍ପାଦନ ନେଇ ଗତ ୨୦୨୨ରେ ମୁଖ୍ୟମନ୍ତ୍ରୀ ଏଲ୍ ଆଣ୍ଡ ଟି’ର ପରିଚାଳନା ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦେଇଥିଲେ । ସେହିପରି ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଥିବା ନିବେଶକ ସମ୍ମିଳନୀରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ । ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ର (ବିପିଏସି) ଜରିଆରେ ବିମାନ ଚଳାଚଳ ଭିତ୍ତିକ ପାଠ୍ୟକ୍ରମ ଆରମ୍ଭ ନେଇ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦ୍ଦେଶାଳୟ ଏବଂ ଜିଏମଆର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଗାମୀ ଦିନରେ ବିଶ୍ୱ ଟିଟାନିୟମ ଉତ୍ପାଦ ବଜାରରେ ଭାରତର ଭାଗିଦାରିତା କ୍ଷେତ୍ରରେ ଅଦ୍ଭୂତପୂର୍ବ ଅଭିବୃଦ୍ଧି ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.