fbpx

FDA ଦେଲା ଚେତାବନୀ, ଏହି ଲୋକଙ୍କ ପାଇଁ ବିପଦର କାରଣ ହୋଇଥାଏ ସ୍ମାର୍ଟ ୱାଚ୍ ଓ ସ୍ମାର୍ଟ ରିଙ୍ଗ

ନୂଆଦିଲ୍ଲୀ: ଆପଲ, ସାମସଙ୍ଗ, ଓପୋ ପରି ବ୍ରାଣ୍ଡ ଏହାର ସ୍ମାର୍ଟୱାଚ୍‌ରେ ରକ୍ତ ଶର୍କରା ସ୍ତର ମାପିବାର ଫିଚର ଦେଇଥାନ୍ତି । ଏହି ସମସ୍ତ କମ୍ପାନୀ ଦାବୀ କରିଛନ୍ତି କି ଏହି ଡିଭାଇସ୍ ଜରିଆରେ ସଂଗ୍ରହ କରାଯାଉଥିବା ବ୍ଲଡ ସୁଗାର ସ୍ତରର ଉପଯୋଗ ଚିକିତ୍ସା ସମୟରେ ମଧ୍ୟ କରାଯାଇପାରିବ । କିନ୍ତୁ ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ(ଏଫ୍‌ଡିଏ) ଏହାକୁ ନେଇ ଚେତାବନୀ ଜାରି କରିଛି । ଆମେରିକାର ଏହି ସଂସ୍ଥା କାହାର ନାମ ନ ନେଇ କହିଛି ସ୍ମାର୍ଟୱାଚ୍ ଓ ସ୍ମାର୍ଟରିଙ୍ଗ ଦ୍ୱାରା ଭୁଲ୍ ଉପାୟରେ ବ୍ଲଡ ଗ୍ଲୁକୋଜ୍ ସ୍ତର ମପା ଯାଇଥାଏ । ଏଫ୍‌ଡିଏ ଏପରି କୌଣସି ବି ଗେଜେଟ୍‌କୁ ଆପ୍ରୁଭ୍ କରେ ନାହିଁ ।

ତେବେ ଆମେରିକା ଏଫ୍‌ଡିଏର ଏହି ଚେତାବନୀ ସ୍ମାର୍ଟୱାଚ୍ ଆପ୍ ପାଇଁ ନୁହେଁ ବରଂ ଯାହା ସେନସର ଉପରେ କାମ କରିଥାଏ ଓ ଶରୀରରେ ଥିବା ଗ୍ଲୁକୋଜକୁ ମନିଟର କରିଥାଏ । ଏବେ ଆମେରିକାରେ ପ୍ରାୟ ୩୭ ମିଲିୟନ ଅର୍ଥାତ୍ ୩.୭କୋଟି ଡାଇବେଟିସ୍ ରୋଗୀ ଅଛନ୍ତି । ଡାଇବେଟିସ ରୋଗୀ ନିଜ ଶରୀରରେ ରକ୍ତ ଶର୍କରା ସ୍ତର ଲଗାତର ମାପିବା ଜରୁରୀ ।

ଏଫ୍‌ଡିଏ କହିଛି ଲୋକଙ୍କ ଆଙ୍ଗୁଠିରେ ଛୁଞ୍ଚି ନ ଫୁଟାଇ ସ୍ମାର୍ଟ ୱାଚ୍ ଓ ସ୍ମାର୍ଟ ରିଙ୍ଗ ଜରିଆରେ ଯେଉଁ ବ୍ଲଡ ସୁଗାର ମପାଯାଉଛି ତାହା ଠିକ୍ ନୁହେଁ । ଏଥିପାଇଁ ଗ୍ଲୁକୋଜ୍ ମନିଟରିଂ ଡିଭାଇସର ଉପଯୋଗ କରିବାକୁ ହେବ ଯାହା ଫିଙ୍ଗର ପିୟରସିଂ ଫିଚର ସହ ଆସୁଛି ।

ଅନ୍ୟପକ୍ଷରେ ସ୍ମାର୍ଟ ୱାଚ୍ ଓ ସ୍ମାର୍ଟ ରିଙ୍ଗ ଦ୍ୱାରା ପ୍ରାପ୍ତ ଗ୍ଲୁକୋଜ୍ ସ୍ତର ଆଧାରରେ ଶରୀରରେ ବ୍ଲଡ ସୁଗାରରର ମାତ୍ରା ମାପିବା ଡାଇବେଟିସ ରୋଗୀଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରେ । ଏଥିରେ ଭ୍ରମିତ ହୋଇ ରୋଗୀ ଇନସୁଲିନ୍ କିମ୍ବା ଅନ୍ୟ ମେଡିସିନ ସେବନ କରିପାରେ ଯାହା ଦ୍ରୁତ ଗତିରେ ବ୍ଲଡ ସୁଗାର ହ୍ରାସ କରିଥାଏ । ଫଳରେ ରୋଗୀକୁ ଲୋ ଗ୍ଲୁକୋଜର ସାମ୍ନା କରିବାକୁ ପଡିଥାଏ ।

Get real time updates directly on you device, subscribe now.