fbpx

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୮ ମୃତ, ବହୁ ଗୁରୁତର

କୌଶାମ୍ବୀ: ଉତ୍ତରପ୍ରଦେଶ କୌଶାମ୍ବୀ ଜିଲ୍ଲାରେ ବାଣ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଛି । ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ବିସ୍ଫୋରଣରେ ପ୍ରାୟ ୮ ଜଣଙ୍କ ଶବ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ବହୁ ଲୋକ ଗମ୍ଭୀର ଭାବରେ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ବହୁ ଦମକଳ ଗାଡି ପହଞ୍ଚିିଛି । ଏହି ଘଟଣା ଜିଲ୍ଲାର କୋଖରାଜ ଥାନା ଭରବାରୀ ଅଞ୍ଚଳରେ ଘଟିଛି । ତେବେ ବାଣ କାରଖାନାରେ ଏବେ ବି ବିସ୍ଫୋରଣ ଜାରି ରହିଛି ।

ପ୍ରାୟ ୮ ଜଣ ଲୋକ ଏବେ ବି କାରଖାନାରେ ଫସି ରହିଛନ୍ତି । ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି । ସେ ମୃତକଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ଆହତଙ୍କ ଉଚିତ ଚିକିତ୍ସା ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.