fbpx

ଚାରି ମାସରେ Multibagger ହେଲା ଏଲଆଇସିର ସେୟାର, ନିବେଶକ ହେଲେ ମାଲାମାଲ

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ସରକାରୀ ବୀମା କମ୍ପାନୀ ଏଲଆଇସିର ସେୟାରରେ ବୃଦ୍ଧି ହେବା ଦେଖିବାକୁ ମିଳିଛି । ଗତ ମାସଗୁଡିକରେ ଏଲଆଇସିର ସେୟାରଗୁଡିକ ଏତେ ପରିମାଣରେ ବୃଦ୍ଧି ପାଇଛି ଯେ, ପ୍ରଥମ ଥର ସିଏମପି ପାଇଁ ଆଇପିଓ ମୂଲ୍ୟଠାରୁ ଅଧିକ ହୋଇଥିବା ବେଳେ ନିବେଶକମାନେ ମଧ୍ୟ ବହୁତ ଲାଭ ପାଇଛନ୍ତିି । ଗତ ୪ ମାସର ବୃଦ୍ଧି ଏଲଆଇସିର ସେୟାରକୁ ମଲ୍ଟିବ୍ୟାଗରରେ ସାମିଲ କରିଛି ।

ଶୁକ୍ରବାର ଦିନ ଏଲଆଇସି ସେୟାର ୦.୨୦ ପ୍ରତିଶତର ସାଧାରଣ ବୃଦ୍ଧି ସହ ୧,୦୬୬.୫୫ ଟଙ୍କାରେ ଶେଷ ହୋଇଥିଲା । ଅର୍ଥାତ ଏଲଆଇସିର ସେୟାର ପାଇଁ କରେଣ୍ଟ ମାର୍କେଟ ପ୍ରାଇସ ୧,୦୬୬.୫୫ ଟଙ୍କା ଅଟେ । ମଝିରେ ଏହି ସେୟାର ୧,୧୭୫ ଟଙ୍କା ଉଚ୍ଚ ସ୍ତର ପର୍ଯ୍ୟନ୍ତ ବଢିଯାଇଥିଲା, ଯାହା ଏଲଆଇସିର ସେୟାର ପାଇଁ ୫୨ ସପ୍ତାହର ସବୁଠାରୁ ଉଚ୍ଚ ସ୍ତର ଅଟେ । କିଛି ସେସନରେ ସ୍ୱଳ୍ପ କରେକସନ ଦେଖିବାକୁ ମିଳିଛି । ଯେପରିକି ଗତ ସପ୍ତାହର ଚାର୍ଟ ଦେଖିବାକୁ ଗଲେ ଗତ ୫ ଦିନରେ ଏହି ସେୟାର ୦.୧୪ ପ୍ରତିଶତ କରେକ୍ଟ ହୋଇଛି ।

ଏହି ସେୟାର ଗତ ଏକ ମାସ ହିସାବରେ ୧୮ ପ୍ରତିଶତରୁ ଅଧିକ ଲାଭରେ ଅଛି । ସେହିଭଳି ୬ ମାସ ହିସାବରେ ସେୟାରର ମୂଲ୍ୟ ୬୫ ପ୍ରତିଶତର ଏବଂ ୧ ବର୍ଷ ହିସାବରେ ୮୮ ପ୍ରତିଶତର ଲାଭରେ ଅଛି । କେବଳ ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଏଲଆଇସିର ସେୟାର ମୂଲ୍ୟରେ ପାଖାପଖି ୨୫ ପ୍ରତିଶତ ବୃଦ୍ଧି ଘଟିଛି ।

 

Get real time updates directly on you device, subscribe now.