fbpx

ପାହାଡ଼ ଖୋଳିବା ବେଳେ ଚାପି ହୋଇଗଲେ ଶ୍ରମିକ; ଘଟଣାସ୍ଥଳରେ ୫ ଶ୍ରମିକଙ୍କ ମୃତ୍ୟୁ

ଦାନ୍ତେଓ୍ଵାଡା: ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାର ବୈଲାଡିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଲୁହାପଥରର ପାହାଡ ଉପରେ ଖନନ ବେଳେ ପଥର ଖସି ପଡ଼ିଛି। ପଥର ତଳେ ୫ ଜଣ ଶ୍ରମିକ ଚାପି ହୋଇ ୫ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏକ ପୋଲକେନ୍ ମେସିନ୍ ମଧ୍ୟ ପଥର ମାଡ଼ରେ ଧକ୍କା ଖାଇଛି। ମିଳିଥିବା ସୂଚନା ଅନୁଯାୟୀ, କିରାନ୍ଦୁଲସ୍ଥିତ ଏନ୍ଏମ୍ଡିସିର ଖଣିଗୁଡ଼ିକରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏଲ୍ ଆଣ୍ଡ୍ ଟି କମ୍ପାନି ପକ୍ଷରୁ ପାହାଡ଼ ଖନନ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବାକି ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବର୍ତ୍ତମାନ ବରିଷ୍ଠ ଅଧିକାରୀ ଓ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାସ୍ଥଳରେ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି।

ପୂରା ଘଟଣା କିରାଣ୍ଡୁଲ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଏସପି ଗୌରବ ରାୟ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ଏଥିସହ ପୋତି ହୋଇଥିବା ଶ୍ରମିକମାନଙ୍କୁ ବାହାର କରିବା ପାଇଁ ବଡ଼ ବଡ଼ ମେସିନ୍ ଲଗାଯାଇଛି। ପଡ଼ିଥିବା ଆବର୍ଜନାକୁ ବାହାର କରି ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ଘଟଣାର ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି ରିଲିଫ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।  ଏହି ଘଟଣା ପରେ ଖନନ କାର୍ଯ୍ୟକୁ ବର୍ତ୍ତମାନ ପାଇଁ ବନ୍ଦ କରି ଦିଆଯାଇଛି। ପାହାଡ଼ ଖୋଳିବାରେ ନିୟୋଜିତ ସମସ୍ତ ଶ୍ରମିକ ଭୟଭୀତ ହୋଇପଡ଼ିଛନ୍ତି। ଆବର୍ଜନା ହଟାଇବା ପରେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏହି ଘଟଣାର ପ୍ରକୃତ କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ।

 

Get real time updates directly on you device, subscribe now.