fbpx

ମାର୍ଚ୍ଚ ପ୍ରଥମ ସପ୍ତାହରେ CAA ନିୟମ ଲାଗୁ କରିପାରେ କେନ୍ଦ୍ର! ପ୍ରସ୍ତୁତ ହେଲା ପୋର୍ଟାଲ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଲାଗୁ ହେବ । ସରକାରୀ ସୂତ୍ର ମୁତାବକ ଆଗାମୀ ମାସର ପ୍ରଥମ ସପ୍ତାହରେ ସିଏଏର ନିୟମ ଲାଗୁ କରାଯାଇପାରେ । ଏକ ବିଶେଷ ସୂତ୍ର ମୁତାବକ ମାର୍ଚ୍ଚର ପ୍ରଥମ ସପ୍ତାହ ବା ଏହାପରେ ଯେକୌଣସି ଦିନ ସିଏଏର ନିୟମ ଲାଗୁ କରାଯିବ । ନିୟମ ଲାଗୁ ହେବା ସହ ସିଏଏ ଆଇନ ମଧ୍ୟ ଲାଗୁ କରାଯିବ ।
ସରକାରୀ ଉଚ୍ଚ ପଦସ୍ତ ସୂତ୍ର କହିଛନ୍ତି ଯେ, ସିଏଏ ଲାଗୁ କରିବା ପାଇଁ ସଠିକଭାବେ ପୋର୍ଟାଲ ପ୍ରସ୍ତୁତ ହୋଇସାରିଛି ।

ସିଏଏ ଆଇନ ଅର୍ଥାତ ନାଗରିକାତା ସଂଶୋଧନ ଆଇନ ୨୦୨୯ ତିନି ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଲାଂଦେଶର ସେହି ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକାତା ଦେବା ଲାଗି ରାସ୍ତା ଖୋଲୁଛି । ଏହି ନିୟମ ସେହିମାନଙ୍କ ପାଇଁ ଯେଉଁମାନେ ବହୁ ସମୟରୁ ଭାରତରେ ଶରଣ ନେଇଛନ୍ତି ।

ଏହି ଆଇନରେ ଯେକୌଣସି ଭାରତୀୟ ଯେକୌଣସି ଧର୍ମର ହୋଇଥିଲେ ମଧ୍ୟ, ତାଙ୍କ ଠାରୁ ନାଗରିକତା କେହି ଛଡାଇ ପାରିବେ ନାହିଁ ।

Get real time updates directly on you device, subscribe now.