fbpx

ଲୋକସଭା ନିର୍ବାଚନ: ଦିଲ୍ଲୀର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦିଲ୍ଲୀର ୪ଟି ଆସନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ସାହିରାମଙ୍କୁ ଦକ୍ଷିଣ ଦିଲ୍ଲୀରୁ ପ୍ରାର୍ଥୀ କରାଯାଇଛି। କୁଲଦୀପ କୁମାରଙ୍କୁ ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରାଯାଇଛି।

ସୋମନାଥ ଭାରତୀଙ୍କୁ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ କରାଯାଇଛି। ଦିଲ୍ଲୀରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ୪ ଓ ୩ଟି ଆସନରେ ମେଣ୍ଟ କରିଛନ୍ତି। ଉଭୟ ଦଳ ‘ଭାରତ’ର ଅଂଶବିଶେଷ। ୨୦୧୯ ଲୋକସଭା ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ଟି ଯାକ ଆସନରେ ବିଜେପି ବିଜୟୀ ହୋଇଥିଲା। ସୁଶୀଲ ଗୁପ୍ତାଙ୍କୁ ହରିୟାଣାର କୁରୁକ୍ଷେତ୍ରରୁ ପ୍ରାର୍ଥୀ କରାଯାଇଛି।

 

 

Get real time updates directly on you device, subscribe now.