fbpx

କୁତୁବ ମିନାର ଠାରୁ ଉଚ୍ଚ ଏହି ମୋଗଲଙ୍କ ସମାଧି; ଏହି ସହରରେ ରହିଛି ତାହାର ସୁନ୍ଦର କିର୍ତ୍ତିରାଜି

ନୂଆଦିଲ୍ଲୀ: ଦିଲ୍ଲୀରେ ଅବସ୍ଥିତ କୁତୁବ ମିନାର ଦେଶର/ବିଶ୍ୱର ଅନ୍ୟତମ ସ୍ମାରକୀ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିବାକୁ ଆସନ୍ତି। ଏହି ଟାୱାର ୧୧୯୯ରୁ ୧୨୨୦ ମଧ୍ୟରେ ନିର୍ମିତ ହୋଇଥିଲା। ଏହାର ନିର୍ମାଣ କୁତୁବୁଦ୍ଦିନ-ଆଇବାକ ଆରମ୍ଭ କରିଥିଲେ ମଧ୍ୟ ସେ ଏହାକୁ ସମ୍ପୂର୍ଣ୍ଣ କରିପାରିନଥିଲେ। କାମ ସରିବା ପୂର୍ବରୁ କୁତୁବୁଦ୍ଦିନ-ଆଇବାକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ଉତ୍ତରାଧିକାରୀ ଇଲଟୁତ୍ମିଶ ଏହି କାମ ଶେଷ କରିଥିଲେ।

ଉତ୍ତର ପ୍ରଦେଶରେ ଆମେ ଯେଉଁ ସମାଧି ବିଷୟରେ କହୁଛୁ, ତାହା ଆପଣ ଓ ସମଗ୍ର ବିଶ୍ୱ ତାଜମହଲ ନାମରେ ଜାଣନ୍ତି। ଏହା ହେଉଛି ମୁମତାଜ ମହଲ ଏବଂ ଶାହାଜାହାଁଙ୍କ ସମାଧି, କିନ୍ତୁ ଏହା ଦେଖିବା ଏତେ ସୁନ୍ଦର ଯେ ଆପଣଙ୍କ ଆଖି ଖୋଲା ରହିବ। ଏହାର କାରୁକାର୍ଯ୍ୟ ଏବଂ ଉତ୍କୃଷ୍ଟ କାରିଗରୀ ହେତୁ ଏହା ବିଶ୍ୱର ସାତଟି ଆଶ୍ଚର୍ଯ୍ୟ ମଧ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ତାଜମହଲ ଧଳା ମାର୍ବଲ ପଥରରେ ନିର୍ମିତ। କୁହାଯାଏ ଯେ ଏହାକୁ ନିର୍ମାଣ କରିବା ପରେ ଶାହାଜାହାନ ଶ୍ରମିକଙ୍କ ହାତ କାଟି ଦେଇଥିଲେ। ଯାହାଦ୍ୱାରା ଦୁନିଆରେ ଏଭଳି ଆଉ ମହଲ ନିର୍ମାଣ ହୋଇପାରିବ ନାହିଁ। ତେବେ ଏହାର କୌଣସି ଠୋସ୍ ଆଧାର ନାହିଁ। କିଛି ଲୋକେ ଏହାକୁ ଏକ ମନଗଢ଼ା କାହାଣୀ ବୋଲି କୁହନ୍ତି।

ଯଦି ଆପଣ ଫଟୋଗୁଡ଼ିକୁ ଦେଖିବେ, ତେବେ ଆପଣ ଭାବିବେ ନାହିଁ ଯେ ତାଜମହଲ କୁତୁବ ମିନାର ଠାରୁ ଉଚ୍ଚ ହୋଇପାରେ। କିନ୍ତୁ ବାସ୍ତବରେ ଏହା କୁତୁବ ମିନାରଠାରୁ ଅଧିକ। ବାସ୍ତବରେ କୁତୁବ ମିନାରର ଉଚ୍ଚତା ୭୨ ମିଟର । ତେବେ ତାଜମହଲର ଉଚ୍ଚତା ୭୩ ମିଟର। ଅର୍ଥାତ୍ ଦୁହିଁଙ୍କ ମଧ୍ୟରେ ମାତ୍ର ଗୋଟିଏ ମିଟର ର ଫରକ ଥିବା ବେଳେ ତାଜମହଲ କୁତୁବ ମିନାର ଠାରୁ ଅଧିକ। ଆଜି ଆପଣ କେବଳ ବାହାରୁ କୁତୁବ ମିନାର ଦେଖିପାରିବେ, କିନ୍ତୁ କିଛି ବର୍ଷ ପୂର୍ବରୁ ପର୍ଯ୍ୟଟକମାନେ ମଧ୍ୟ କୁତୁବ ମିନାର ଭିତରକୁ ଯାଉଥିଲେ। ୪ ଡିସେମ୍ବର ୧୯୮୧ରେ ଏକ ଦୁର୍ଘଟଣା ଘଟିଥିଲା ଏବଂ ଏହି ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି କାରଣରୁ କୁତୁବ ମିନାରର କବାଟ ବନ୍ଦ କରାଯାଇଥିଲା।

 

Get real time updates directly on you device, subscribe now.