fbpx

ପୁଣି ବଢ଼ିଲା ପିଏମ ମୋଦୀଙ୍କ ଲୋକପ୍ରିୟତା, ୭୫ % ହେଲା ଅନୁମୋଦନ ରେଟିଂ: ୨୦୨୩ ତୁଳନାରେ ୧୦ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତା ତାଲିକାରେ ଶୀର୍ଷରେ ରହିଛନ୍ତି । ତାଙ୍କୁ ୭୫ ପ୍ରତିଶତ ଅନୁମୋଦନ ରେଟିଂ ମିଳିଛି । ଅନୁମୋଦନ ରେଟିଂ ସର୍ଭେ ଏଜେନ୍ସି ଇପ୍ସୋ ଇଣ୍ଡିଆବସ୍ ଅନୁଯାୟୀ, ଫେବୃଆରୀ ୨୦୨୪ ରେ ପିଏମ ମୋଦୀ ୭୫ ପ୍ରତିଶତ ଅନୁମୋଦନ ରେଟିଂ ହାସଲ କରିଛନ୍ତି ।

ଏହାପୂର୍ବରୁ, ସେପ୍ଟେମ୍ବର ୨୦୨୩ ରେ ପ୍ରକାଶିତ ତଥ୍ୟରେ ପିଏମ ମୋଦୀଙ୍କୁ ୬୫ ପ୍ରତିଶତ ରେଟିଂ ମିଳିଥିଲା । ଏଥର ତାଙ୍କର ଅନୁମୋଦନ ମୂଲ୍ୟାୟନ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଡିସେମ୍ବର ୨୦୨୨ ରୁ ପିଏମ ମୋଦୀଙ୍କ ଅନୁମୋଦନ ରେଟିଂ ବୃଦ୍ଧି ପାଇଛି । ଡିସେମ୍ବର ୨୦୨୨ ରେ ପ୍ରଧାନମନ୍ତ୍ରୀଙ୍କ ରେଟିଂ ୬୦ ପ୍ରତିଶତ ଥିଲା । ଫେବୃଆରୀ ୨୦୨୩ ରେ ପିଏମ ମୋଦୀଙ୍କ ଅନୁମୋଦନ ରେଟିଂ ୬୭ ପ୍ରତିଶତ ଥିଲା । ସେପ୍ଟେମ୍ବର ୨୦୨୩ ରେ, ତାଙ୍କର ରେଟିଂ ଦୁଇ ପ୍ରତିଶତ ହ୍ରାସ ପାଇ ୬୫ ପ୍ରତିଶତ ରେଟିଂ ହୋଇଥିଲା । ବର୍ତ୍ତମାନ ଫେବୃଆରୀ ୨୦୨୪ ରେ ମୋଦୀଙ୍କ ରେଟିଂ ପୁଣି ବୃଦ୍ଧି ପାଇଛି ।

ରାମ ମନ୍ଦିର ଉଦଘାଟନରୁ ହେଲା ଫାଇଦା :-

ଇପ୍ସୋ ଇଣ୍ଡିଆର ଦେଶ ସେବା ଲାଇନର ନେତା ପାରିଜାତ ଚକ୍ରବର୍ତ୍ତୀ ସର୍ଭେ ଫଳାଫଳ ଉପରେ କହିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଫାଇଦା ହୋଇଛନ୍ତି । ଏହା ତାଙ୍କ ରେଟିଂରେ ଉନ୍ନତି ଆଣିଛି ।

Get real time updates directly on you device, subscribe now.