fbpx
BSKY SKY
BSKY SKY

Big Breaking: ବିଧାୟକ ପ୍ରଫୁଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ୧୮ ଘଣ୍ଟାର ଜେରା

BSKY

ଭୁବନେଶ୍ୱର: ବିଧାୟକ ପ୍ରଫୁଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ମାରାଥନ ଜେରା କରାଯାଇଛି । ପ୍ରୟାସକାନ୍ତିଙ୍କୁ ଭୁବନେଶ୍ୱର ଇଡି ଅଫିସରେ ପ୍ରୟାସକାନ୍ତିଙ୍କୁ ୧୮ ଘଣ୍ଟାର ଜେରା କରାଯାଇଛି । ବରିପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଜେରା କରାଯାଉଛି । ଗତକାଲି ଦିନ ୧୦ଟାରେ ଇଡିରେ ହାଜର ହୋଇଥିଲେ ପ୍ରୟାସକାନ୍ତି । ଆଜି ଭୋର ସାଢେ ୪ ଟାରେ ଇଡି ଅଫିସରୁ ବାହାରିଛନ୍ତି ।

୨୦୨୪ ଫେବୃଆରୀ ୧୭ ତାରିଖ ଦିନ ଭଣ୍ଡାରୀପୋଖରୀର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ କରାଯାଇଥିଲା। ବରପଦା ଇଂଜିନୟରିଂ କଲେଜରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ ଇଡି ଏହି ସମନ ଜାରି କରିଥିଲା । ତେବେ ୨୮ ଫେବୃଆରୀ ଦିନ ବିଧାୟକ ପ୍ରଫୁଲ ସାମଲଙ୍କୁ ଆଠଘଣ୍ଟା ଜେରା କରାଯାଇଥିଲା।

ଫେବୃଆରୀ ୧୫ ତାରିଖରେ ଇଡି ଭଦ୍ରକ ଏବଂ ଭୁବନେଶ୍ୱରର ବିଭିନ୍ନ ଠିକଣାରେ ଚଢାଉ କରିଥିଲା । ଏହି ସମୟରେ ବିଧାୟକଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱର ପଳାଶପଲ୍ଲୀ ଘରୁ ୯ ଲକ୍ଷ ଟଙ୍କା ସହିତ ଏକ ଫରଚ୍ୟୁନାର କାର ଜବତ ହୋଇଛି । ଜବତ ହୋଇଥିବା କାରଟି ତ୍ରିଷ୍ନା ବିଲଡର ନାମରେ ରହିଥିବା ଜଣାପଡିଛି ।

Get real time updates directly on you device, subscribe now.