fbpx

କର୍ମଚାରୀ-ପେନସନଭୋଗୀଙ୍କୁ ସରକାରଙ୍କ ହୋଲି ଉପହାର; ୫ % ବୃଦ୍ଧି ହେଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କର୍ମଚାରୀ ଓ ପେନସନଭୋଗୀଙ୍କୁ ହୋଲି ଉପହାର ଦେଇଛନ୍ତି ତ୍ରିପୁରା ସରକାର। ଡିଏ ବୃଦ୍ଧି କରିଛନ୍ତି ଘୋଷଣା । ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମାଣିକ ସାହା କହିଛନ୍ତି । ୨୦୨୪ ଜାନୁଆରି ପହିଲାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । କର୍ମଚାରୀ ଓ ପେନସନଭୋଗୀଙ୍କୁ ବକେୟା ଦରମା ମଧ୍ୟ ପ୍ରଦାନ କରାଯିବ ।

ବିଧାନସଭାରେ ଡିଏ ବୃଦ୍ଧି ଘୋଷଣା କରି ମୁଖ୍ୟମନ୍ତ୍ରୀ ମାଣିକ ସାହା କହିଛନ୍ତି ଯେ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୧.୦୬ ଲକ୍ଷ କର୍ମଚାରୀ ଏବଂ ୮୨ ହଜାର ପେନସନଭୋଗୀ ଉପକୃତ ହେବେ । ଏହି ନିଷ୍ପତି ରାଜ୍ୟ ରାଜକୋଷ ଉପରେ ପାଖାପାଖି ୫୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଆସିବ । ଏହା ଘୋଷଣା କରି ଆମେ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଦ୍ୱାରା ତ୍ରିପୁରା ରାଜ୍ୟର କର୍ମଚାରୀ ଓ ପେନସନଭୋଗୀମାନେ ବହୁତ ଆଶ୍ୱସ୍ତି ଅନୁଭବ କରିବେ । କର୍ମଚାରୀଙ୍କ କଲ୍ୟାଣ ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ।

ରାଜ୍ୟ କର୍ମଚାରୀ ଓ ପେନସନଭୋଗୀଙ୍କ ଏହି ବୃଦ୍ଧି ପରେ ୨୫ ପ୍ରତିଶତ ଡିଏ ଉପଲବ୍ଧ ହେବ ବୋଲି ମାଣିକ ସାହା କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବ୍ୟବସ୍ଥା କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଆଜି ବଜେଟ୍ ଅଧିବେଶନ ସମୟରେ ମୁଁ ଡିଏ ବୃଦ୍ଧି ଘୋଷଣା କରୁଛି ।

 

Get real time updates directly on you device, subscribe now.