fbpx
BJD SKY
BJD SKY

ଏଠି ଗୋଟିଏ ରାତି ପାଇଁ ବାହା ହୁଅନ୍ତି ପୁରୁଷ: ଜାଣନ୍ତୁ କେଉଁଠି ରହିଛି ଏମିତି ଅଜବ ପରମ୍ପରା?

BJD

କଥାରେ ଅଛି ଦେଶ ଜାଣି ଭେଶ । ଏ ଦୁନିଆରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ରହିଛି । ଆପଣ ଯେଉଁ ଦେଶକୁ ଯିବେ ସେଠାରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ଦେଖିବାକୁ ମିଳିବ । ସେହିପରି ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିନ୍ନ ଭିନ୍ନ ପ୍ରଥା ରହିଛି । କିଛି ସ୍ଥାନରେ ବିବାହ ଜଲଦି ହୁଏ ତ କିଛି ସ୍ଥାନରେ ବିବାହ ବହୁଦିନ ପର୍ଯ୍ୟନ୍ତ ଚାଲେ । କେଉଁଠାରେ ଝିଅମାନେ ଯୌତୁକ ଦିଅନ୍ତି ତ କେଉଁଠାରେ ପୁଅମାନେ ଯୌତୁକ ଦିଅନ୍ତି । ଅନ୍ୟ କିଛି ସ୍ଥାନରେ ବିବାହ ମଧ୍ୟ ଚଳଚିତ୍ର ପରି କିଛି ଘଣ୍ଟାରେ ସମ୍ପନ୍ନ ହୁଏ ।

ପଡ଼ୋଶୀ ଦେଶ ଚୀନ ବିଷୟରେ କହୁଛୁ ଯେଉଁଠାରେ କେତେକ କ୍ଷେତ୍ରରେ ପୁରୁଷମାନେ କେବଳ ୨୪ ଘଣ୍ଟା ପାଇଁ ବିବାହ କରନ୍ତି । ଏକ ଜାତୀୟ ଗଣମାଧ୍ୟମ ଖବର ଅନୁସାରେ ଚୀନର ଲୋକମାନେ ଏତେ ଗରୀବ ଯେ ସେମାନେ ବିବାହ ସମୟରେ ଝିଅକୁ ଉପହାର ଓ ଟଙ୍କା ଦେବା ପାଇଁ ମଧ୍ୟ ସକ୍ଷମ ହୋଇନଥାନ୍ତି । ତେଣୁ ସେମାନଙ୍କର ବିବାହ ହୋଇପାରେ ନାହିଁ । ଏପରିସ୍ଥଳେ ସେମାନେ ଏକ ବିଶେଷ ଭାବେ ବିବାହ କରନ୍ତି । ଯାହା ମାଧ୍ୟମରେ ସେମାନଙ୍କୁ ବିବାହିତ ବୋଲି କୁହାଯାଏ । ଚାଇନାର ହୁବେଇ ପ୍ରଦେଶର ଗ୍ରାମାଞ୍ଚଳମାନଙ୍କରେ ଏହିି ଗୋଟେ ଦିନିଆ ବିବାହ ଧାରା ଚାଲିଛି । ଏଠାରେ ଯେଉଁ ପୁଅମାନେ ଗରିବ ଏବଂ ବିବାହ କରିପାରିବେ ନାହିଁ । ସେମାନେ ମରିବା ପୂର୍ବରୁ ନାମ ପାଇଁ ବିବାହ କରନ୍ତି । ଗତ ୬ ବର୍ଷ ମଧ୍ୟରେ ଏହି ଧାରା ବୃଦ୍ଧି ପାଇଛି ।

ବାସ୍ତବରେ ହୁବାଇର ଗ୍ରାମଞ୍ଚଳରେ ବିଶ୍ୱାସ କରାଯାଏ ଯେ, ଜଣେ ବ୍ୟକ୍ତି ଜଦି ବିବାହିତ ତେବେ ତାଙ୍କ ମୃତ୍ୟୁପରେ ପରିବାର ପିତୃ ପୁରୁଷ ପାଖରେ ତାଙ୍କର କବର ଦିଆଯିବ । ଏପରି ପରିସ୍ଥିତିରେ ବିବାହ ପରେ ଗରିବ ପୁରୁଷମାନେ କନ୍ୟାକୁ ନିଜ ପିତୃପୁରୁଷଙ୍କ କବର ପାଖକୁ ନେଇଯାଇ ନିଜ ପୂର୍ବପୁରୁଷମାନଙ୍କୁ କୁହନ୍ତି ଯେ ସେମାନେ ବିବାହ କରିଛନ୍ତି । ତେବେ ଯାଇ ସେହି ଗରିବ ପୁରୁଷର କବର ନିଜ ପିତୃପୁରୁଷମାନଙ୍କ ପାଖରେ ମିଳିଥାଏ ।

Get real time updates directly on you device, subscribe now.