fbpx

କିଛି ଖାଇବା ପରେ ତୁରନ୍ତ ମେଡ଼ିସିନ ନେଉଛନ୍ତି କି? ଜାଣନ୍ତୁ ଏହାର ପରିଣାମ

ଆଜିକାଲି ଲୋକମାନେ ମେଡ଼ିସିନ ଖାଉଥିବା ବେଳେ କିଛି ଭୁଲ କରିବସନ୍ତି । କିଛି ଔଷଧ ଖାଲି ପେଟରେ ନିଆଯାଉଥିବା ବେଳେ ଅନେକ କିଛି ଔଷଧ ଖାଦ୍ୟ ଖାଇବା ପରେ ନେବାକୁ ପଡିଥାଏ। ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଯାୟୀ ଔଷଧ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଏହାପରେ ଲୋକମାନେ ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଇଥାନ୍ତି। ଆମେ ଖାଉଥିବା ଖାଦ୍ୟରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ଔଷଧକୁ ପ୍ରଭାବିତ କରିପାରେ। ଏହି କାରଣରୁ ଖାଦ୍ୟ ଖାଇବା ପରେ ସାଙ୍ଗେ ସାଙ୍ଗେ ଔଷଧ ଖାଇବା ଅନୁଚିତ।

ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇବାର ୧୦-୧୫ ମିନିଟ ପରେ ଔଷଧ ଗ୍ରହଣ କରିବା ଉଚିତ। ଖାଇବା ପରେ ତୁରନ୍ତ ଔଷଧ ନେବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଏପରି କରିବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅବଶୋଷଣକୁ ପ୍ରଭାବିତ କରିଥାଏ। ଏହି କାରଣରୁ ଶରୀରରେ ଔଷଧର ପ୍ରଭାବ କମିଯାଏ। ଖାଦ୍ୟ ଓ ପାନୀୟ ଆମ ଶରୀର ଉପରେ ବହୁତ ପ୍ରଭାବ ପକାଏ। ଯେତେବେଳେ ଔଷଧ ଓ ଖାଦ୍ୟର ମିଶ୍ରଣ ଶରୀରରେ ଠିକ୍‍ ଭାବେ ହୁଏ ସେତେବେଳେ ଶରୀର ଶୀଘ୍ର ସୁସ୍ଥ ହୋଇଥାଏ।

ଯେ କୌଣସି ରୋଗରୁ ମୁକ୍ତି ପାଇବାରେ ଖାଦ୍ୟ ପ୍ରମୁଖ ଭୂମିକା ଗ୍ରହଣ କରେ। ସୁସ୍ଥ ଖାଦ୍ୟ ଶୀଘ୍ର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଯଦି ଆପଣ କୌଣସି ଏକ ରୋଗରୁ ସୁସ୍ଥ ହେଉଛନ୍ତି ତେବେ ଜଣେ ଡାଏଟିସିଆନଙ୍କ ସାହାଯ୍ୟରେ ଏକ ଡାଏଟ ଚାଟ୍‍ ପ୍ରସ୍ତୁତ କରି ସେହି ହିସାବରେ ଖାଦ୍ୟ ପାନୀୟ ଠିକ୍‍ ରଖିବେ। ଏବଂ ଔଷଧ ମଧ୍ୟ ସେହି ଅନୁସାରେ ଖାଇବେ। ଏହା ଦ୍ୱାରା ଆପଣ ସର୍ବଦା ସୁସ୍ଥ ରହିବେ।

Get real time updates directly on you device, subscribe now.