fbpx

ଥାଇରଏଡ୍ କ’ଣ; ଜାଣନ୍ତୁ ଏହାର ମୁଖ୍ୟ କାରଣ ଓ ଲକ୍ଷଣ, କିପରି ପାଇବେ ରକ୍ଷା

ଓଡ଼ିଶା ଭାସ୍କର: ଏବେ ଥାଇରଏଡ୍ ସମସ୍ୟା ବହୁଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ମାତ୍ରାରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଥାଇରଏଡ୍ ହେଉଛି ଏକ ଛୋଟ ଗ୍ରନ୍ଥି ଯେଉଁଥିରୁ ଥାଇରଏଡ୍ ହରମୋନ୍ ନିର୍ଗତ ହୋଇଥାଏ । ଏହି ଥାଇରଏଡ୍ ଗ୍ରନ୍ଥି ଆମ ଗଳାର ନିମ୍ନ ଭାଗରେ ରହିଛି । ଏହି ହରମୋନ୍ ଶରୀରର ମେଟାବଲିଜିମକୁ ନିୟନ୍ତ୍ରଣରେ ରଖିଥାଏ । ଥାଇରଏଡ୍ ଗ୍ରନ୍ଥ Tri–lodothyronine , Thyrocalcitonin ନାମକ ହରମୋନ୍ କ୍ଷରଣ କରିଥାଏ । ଆମ ଶରୀର ସୁଚାରୁ ରୂପରେ ଚାଲିବା ପାଇଁ ଥାଇରଏଡ୍ ହରମୋନ୍ ବହୁତ ଆବଶ୍ୟକ ହୋଇଥାଏ । କିନ୍ତୁ ଯେତେବେଳେ ଏହି ହରମୋନ୍ ଅସୁନ୍ତଳିତ ହୋଇଥାଏ ସେତେବେଳେ ଲୋକମାନେ ଥାଇରଏଡ୍ ସମସ୍ୟାରେ ପୀଡିତ ହୋଇଥାନ୍ତି । ତେବେ ଏକ ଅଧ୍ୟୟନରୁ ଜଣାପଡିଛି ମହିଳାଙ୍କ ମଧ୍ୟରେ ଥାଇରଏଡ୍ କ୍ୟାନସରର ହାର ପୁରୁଷଙ୍କ ଠାରୁ ୪ ଗୁଣ ଅଧିକ । ଆପଣ ନିଜ ଲାଇଫ୍ ଷ୍ଟାଇଲରେ ପରିବର୍ତ୍ତନ ଆଣି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଏହି କ୍ରମରେ ଆସନ୍ତୁ ଜାଣିବା ଏହାର କାରଣ କ’ଣ?
ଥାଇରଏଡ୍ କାରଣ:
ଷ୍ଟ୍ରେସ୍‌, ଅବସାଦ କାରଣରୁ ଥାଇରଏଡ୍ ସମସ୍ୟା ବହୁତ ଶୀଘ୍ର ବୃଦ୍ଧି ପାଇଥାଏ । ଏହା ସହିତ ଖାଦ୍ୟରେ ଆୟୋଡିନ୍ ମାତ୍ରା କମ୍ ହେଲେ ଥାଇରଏଡ୍ ଗ୍ରନ୍ଥି ପ୍ରଭାବିତ ହୋଇଥାଏ । ଏହି ସମସ୍ୟା ଜେନେଟିକ୍ ବି ହୋଇପାରେ । ମହିଳାଙ୍କ ମଧ୍ୟରେ ଗର୍ଭାବସ୍ଥା ସମୟରେ ଥାଇରଏଡ୍ ହରମୋନ୍‌ରେ ଅସନ୍ତୁଳନ ଦେଖାଦେଇଥାଏ । କାରଣ ଏହି ସମୟରେ ମହିଳାଙ୍କ ଶରୀରରେ ହରମୋନଜନିତ ବହୁ ପରିବର୍ତ୍ତନ ଦେଖାଦେଇଥାଏ ।
ଲକ୍ଷଣ:ସର୍ବଦା କ୍ଲାନ୍ତି ଲାଗିବା, ଅବସାଦ, ନଖ ପତଳା ହେବା ଓ ଭାଙ୍ଗିଯିବା, କେଶ ଅଧିକ ଝଡିବା, ଆଖି ଫୁଲିବା, ଓଜନ ବଢିବା, ଦ୍ୱନ୍ଦ୍ୱରେ ରହିବା, ପିରିୟଡ ଗଡିଯିବା, କୋଲେଷ୍ଟ୍ରଲ ବଢିବା ଇତ୍ୟାଦି ।
କିପରି ରକ୍ଷା ପାଇବେ:
ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ଚର୍ବି ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଅଧିକ ଫଳ ଓ ସବୁଜ ପନିପରିବା ଖାଆନ୍ତୁ । ସବୁଜ ପନିପରିବାରେ ଅଧିକ ମାତ୍ରାରେ ଆଇରନ୍ ଥାଏ ଯାହା ଥାଇରଏଡ୍ ରୋଗୀଙ୍କ ଲାଗି ଲାଭଦୟକ ହୋଇଥାଏ ।
ନିୟମିତ ରୋଗରେ ବ୍ୟାୟାମ କରନ୍ତୁ । ଫଳରେ ଆପଣଙ୍କ ଶରୀରରେ ଅଙ୍ଗ ପ୍ରତ୍ୟଙ୍ଗ ସୁସ୍ଥ ଓ ସକ୍ରିୟ ରହିବ । ଏହା ସହିତ ବ୍ୟାୟାମ କରିବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ଆସିଥାଏ ।
ଥାଇରଏଡ୍‌ରୁ ମୁକ୍ତି ପାଇବା ପାଇଁ ଭିଟାମିନ୍ ଏ ଅଧିକ ସେବନ କରନ୍ତୁ । ତେଣୁ ଆପଣ ଅଧିକ ମାତ୍ରାରେ ଗାଜର ଖାଆନ୍ତୁ । ଗଜା ମୁଗ, ବୁଟ ବି ଖାଆନ୍ତୁ । ଏଥିରେ ଫାଇବର, ପ୍ରୋଟିନ, ଭିଟାମିନ୍ ଭରପୁର ମାତ୍ରାରେ ରହିଛି ।
ଶରୀରରେ ଭିଟାମିନ୍ ବି ୧୨ ହ୍ରାସ ପାଇବା କାରଣରୁ ଥାଇରଏଡ୍ ହରମୋନ ପ୍ରଭାବିତ ହୋଇଥାଏ । ଏଣୁ ଭିଟାମିନ୍ ବି୧୨ ଯୁକ୍ତ ଖାଦ୍ୟ ଖାଆନ୍ତୁ ।

Get real time updates directly on you device, subscribe now.