fbpx

ଏଠାରେ ବାୟୁ ପ୍ରଦୂଷଣ ଜନିତ ରୋଗରେ ଚିକିତ୍ସିତ ହେଲେଣି ୧୦ ନିୟୁତରୁ ଅଧିକ ଲୋକ

ନୂଆଦିଲ୍ଲୀ : ଏଠାରେ ବାୟୁ ପ୍ରଦୂଷଣ ଜନିତ ରୋଗରେ ଚିକିତ୍ସିତ ହେଲେଣି ୧୦ ନିୟୁତରୁ ଅଧିକ ଲୋକ। ଏକ ସୂଚନା ଆଧାରରେ ଦେଖିଲେ ଗତବର୍ଷ ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ଜନିତ ରୋଗପାଇଁ ୧୦ ନିୟୁତରୁ ଅଧିକ ଲୋକ ଚିକିତ୍ସା ପାଇଥିଲେ। ଏ ନେଇ ଥାଇଲାଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଥାଇଲାଣ୍ଡର ବାୟୁଗୁଣବତ୍ତା ଦିନକୁ ଦିନ ଖରାପ ହେଉଥିବା ବେଳେ ଜାତୀୟ ଅର୍ଥନୈତିକ ଓ ସାମାଜିକ ବିକାଶ ପରିଷଦ (ଏନ୍ଇଏସ୍ଡିସି) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି। ବିଶେଷ କରି ଦେଶର ଉତ୍ତର ଭାଗରେ ଫସଲ ଅମଳ ପରେ ପରେ ଅବଶିଷ୍ଟକୁ ଜାଳିବା, ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବର୍ଷ ଆରମ୍ଭରେ ଧୂଆଁ ରହୁଛି। ଏପରିକି ୨୦୨୪ ଆରମ୍ଭରେ ପ୍ରଦୂଷଣ ଜନିତ ରୋଗ ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି।

ନ୍ୟୁଜ୍ ଏଜେନ୍ସି ଏଏଫ୍ ପି ଅନୁଯାୟୀ, ୨୦୨୩ର ପ୍ରଥମ ୯ ସପ୍ତାହରେ ପ୍ରଦୂଷଣ ଜନିତ ରୋଗରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୧.୩ ନିୟୁତ ଥିଲା। ସେହିପରି ଚଳିତ ବର୍ଷ ଏହି ସଂଖ୍ୟା ୧୬ ଲକ୍ଷରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ଫୁସଫୁସ କର୍କଟ, ବ୍ରୋଙ୍କାଇଟିସ୍, ଆଜମା ଓ ହୃଦ୍ ଜନିତ ରୋଗ ଭଳି ଗମ୍ଭୀର ରୋଗରେ ପୀଡ଼ିତ ବ୍ୟକ୍ତି ଅଛନ୍ତି। ଏନଇଏସଡିସି କହିଛି, ଜନସ୍ୱାସ୍ଥ୍ୟ ଉପରେ ପିଏମ ୨.୫ର ପ୍ରଭାବକୁ ଥାଇଲାଣ୍ଡ ପ୍ରାଥମିକତା ଦେବା ଉଚିତ। ଗତ କିଛି ବର୍ଷ ମଧ୍ୟରେ ଥାଇଲାଣ୍ଡର ବାସିନ୍ଦା ଏବଂ ପରିବେଶ ସଙ୍ଗଠନ ମଧ୍ୟ ଏଭଳି ମାମଲା ରୁଜୁ କରିଛନ୍ତି ଯେଉଁଥିରେ ପ୍ରଦୂଷଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ କୁହାଯାଇଛି।

Get real time updates directly on you device, subscribe now.