Virtual Water Diplomacy କ’ଣ? ଏହା ଦେଶର ପାଣି ସମସ୍ୟାକୁ କିପରି କରିବ ସମାଧାନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ଦେଶର ଅନେକ ରାଜ୍ୟରେ ପାଣିର ସମସ୍ୟା ଦେଖାଯାଉଛି । ଏଥର ଖରା ହେବା ପୂର୍ବରୁ କର୍ଣ୍ଣାଟକ ରାଜ୍ୟରେ କୂଅ ଶୁଖିଯାଇଛି । ପାଣିର ସମସ୍ୟା ପ୍ରତି ବର୍ଷ ଦେଶର କୋଟି କୋଟି ଲୋକଙ୍କୁ ପ୍ରଭାବିତ କରୁଛି । ଏହି ସମସ୍ୟାର ଏକ ମାତ୍ର ସମାଧାନ ଭର୍ଚୁଆଲ ୱାଟର ଡିପ୍ଲୋମେସୀକୁ ବୋଲି କୁହାଯାଏ । ବ୍ରିଟେନ, ଚୀନ ପରି ଦେଶ ଏହି କୂଟନୀତିକୁ ବହୁଳଭାବରେ ବ୍ୟବହାର କରିଆସୁଥିଲେ । ଆସନ୍ତୁ ଜାଣିବା ଭର୍ଚୁଆଲ ପାଣି କଣ ଏବଂ ଭାରତରେ ଏହା ମାଧ୍ୟମରେ ଜଳ ସଙ୍କଟକୁ କିପରି ସମାଧାନ କରାଯାଇପାରିବ ।

କୌଣସି ପ୍ରଡକ୍ଟ ବା ସର୍ଭିସକୁ ପ୍ରସ୍ତୁତ କରିବା ଲାଗି ସାଧାରଣତଃ ପାଣିର ଆବଶ୍ୟକତା ପଡେ । ଉଦାହରଣ ସ୍ୱର‌୍ୟପ ୧ କିଲୋ ଶସ୍ୟ ବଢାଇବାକୁ ୨ ହଜାର କିଲୋଗ୍ରାମ ପାଣି ଆବଶ୍ୟକ ହୁଏ । ଏକ ଷ୍ଟଡି ମୁତାବକ ୨ ଗ୍ରାମର ୩୨ ମେଗାବାଇଟ କମ୍ପ୍ୟୁଟର ଚିପ ବନାଇବା ଲାଗି ୩୨ କିଲୋ ପାଣି ଖର୍ଚ୍ଚ ହୋଇଥାଏ । କୃଷି ବା ଇଣ୍ଡଷ୍ଟ୍ରୀର କୌଣସି ପ୍ରଡକ୍ଟକୁ ବନାଇବା ପ୍ରୋସେସରେ ବ୍ୟବହାର ହେବା ପାଇଁ ପାଣିକୁ ଭର୍ଚୁଆଲ ୱାଟର କୁହାଯାଏ ।

ବ୍ରିଟିଶ ଜୋଗ୍ରାଫର ଟୋନୀ ଏଲେନ ସର୍ବପ୍ରଥମେ ୯୦ ଦଶକର ଆରମ୍ଭରେ ଭର୍ଚୁଆଲ ପାଣିକୁ ବୁଝାଇଥିଲେ । ଏହା ପରେ ଏହାକୁ ଭର୍ଚୁଆଲ ୱାଟର ଡିପ୍ଲୋମେସୀ କୁହାଗଲା । ଭର୍ଚୁଆଲ ପାଣିକୁ ହିଡେନ ବା ଇନଡାଏରେକ୍ଟ ୱାଟର ମଧ୍ୟ କୁହାଯାଏ । ଏହି କନସେପ୍ଟକୁ ନେଇ ପ୍ରଥମ ଅନ୍ତରାଷ୍ଟ୍ରୀୟ ବୈଠକ ୨୦୦୨ରେ ନେଦରଲ୍ୟାଣ୍ଡରେ ହୋଇଥିଲା । ଏହା ବ୍ୟତୀତ ଗତ ବର୍ଷ ଜାପାନରେ ଅୟୋଜିତ ଥାର୍ଡ ୱାର୍ଲଡ ୱାଟର ଫାର୍ମରେ ଭର୍ଚୁଆଲ ୱାଟର ଉପରେ ଏକ ସ୍ପେଶାଲ ସେସନ ରଖାଯାଇଥିଲା ।

ଭର୍ଚୁଆଲ ପାଣିର କାରବାର କିପରି ହୁଏ ଏହାକୁ ମିସ୍ରର ଉଦାହରଣରେ ବୁଝିବା । ଇଜିପ୍ଟ ପାଖରେ ଦୁନିଆର ସବୁଠାରୁ ବଡ଼ ନଦୀ ନୀଲ ଅଛି । ହେଲେ ଏହାପରେ ମଧ୍ୟ ଇଜିପ୍ଟରେ ପାଣିର ସଂକଟ ଦେଖିବାକୁ ମିଳିଛି । ଏଥିରୁ ବଞ୍ଚିବା ପାଇଁ ଇଜିପ୍ଟ ବର୍ତ୍ତମାନ ଭର୍ଚୁଆଲ ୱାଟର ଉପରେ ଧ୍ୟାନ ଦେଉଛି ଏବଂ ଅଧିକରୁ ଅଧିକ ଜଳ ଆବଶ୍ୟକ କରୁଥିବା ଫସଲକୁ ନିଜେ କରିବା ପରିବର୍ତ୍ତେ ଅନ୍ୟ ଦେଶରୁ ଆମଦାନୀ କରୁଛି ।