ସାର୍ଟିଫିକେଟରେ କେବଳ ବାପା ନୁହେଁ ମାଆଙ୍କ ନାମ ମଧ୍ୟ ରହିବା ବାଧ୍ୟତାମୂଳକ, ହାଇକୋର୍ଟଙ୍କ ବଡ ଶୁଣାଣି

ନୂଆଦିଲ୍ଲୀ: ଏବେ ସମସ୍ତ ସାର୍ଟିଫିକେଟରେ ବାପାଙ୍କ ନାମ ସହିତ ମାଆଙ୍କ ନାମ ରହିବା ବାଧ୍ୟତାମୂଳକ । ଦିଲ୍ଲୀ ହାଇକୋର୍ଟ ଜଣେ ‘ଲ’ ଷ୍ଟୁଡେଣ୍ଟଙ୍କ ଶୁଣାଣି ସମୟରେ ବଡ ନିଷ୍ପତ୍ତି ନେଇଛନ୍ତି । କୋର୍ଟ କହିଛନ୍ତି ଯେ, ଶିକ୍ଷାଗତ ପ୍ରମାଣପତ୍ର ଏବଂ ଡିଗ୍ରୀରେ ଯେଉଁଠାରେ ଅଭିଭାବକଙ୍କ ନାମ ରହିଛି, ସେଠାରେ ମାଆ ଏବଂ ପିତାଙ୍କ ନାମ ରହିବା ଆବଶ୍ୟକ । କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, କେବଳ ବାପାଙ୍କ ନାମର କୌଣସି ଆବଶ୍ୟକ ନାହିଁ । ଜଣେ ଆଇନଜୀବୀ ଛାତ୍ରୀଙ୍କ ପିଟିସନ ଉପରେ ଶୁଣାଣି କରି ବିଚାରପତି ସି ହରିଶଙ୍କରଙ୍କ ପୀଠ କହିଛନ୍ତି ଯେ, ପ୍ରମାଣ-ପତ୍ର ଉପରେ ମୁଖ୍ୟ ଭାଗରେ ମାଆ-ବାପା ଦୁହିଁଙ୍କ ନାମ ଅନିବାର୍ଯ୍ୟ ଭାବେ ରହିବା ଆବଶ୍ୟକ । ଏଥିରେ କୌଣସି ପ୍ରକାର ଯୁକ୍ତିର ଆବଶ୍ୟକତା ନାହିଁ ।

ଏହି ମାମଲା ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ୟୁନିର୍ଭସିଟୀର ଅଟେ । ଏହି ପିଟିସନ ଲ ଗ୍ରାଜୁଏଟ ରିତିକା ପ୍ରସାଦ ଦାଖଲ କରିଥିଲେ । ତାଙ୍କ କହିବାନୁଯାୟୀ, ସେ ପାଞ୍ଚ ବର୍ଷର ବିଏ ଏଲଏଲବି କୋର୍ସରେ ଆଡମିଶନ ନେଇଥିଲେ । ଯେତେବେଳେ କୋର୍ସ ପୂରା ହୋଇଗଲା ସେତେବେଳେ ତାଙ୍କୁ ଯେଉଁ ଡିଗ୍ରୀ ଦିଆଗଲା ସେଥିରେ କେବଳ ବାପାଙ୍କ ନାମ ଥିଲା, ମାଆଙ୍କ ନାମ ନଥିଲା । ରିତିକାଙ୍କ କହିବାନୁଯାୟୀ, ଡିଗ୍ରୀରେ ମାଆ ଏବଂ ବାପା ଦୁଇ ଜଣଙ୍କ ନାମ ରହିବା ଆବଶ୍ୟକ ।

କୋର୍ଟଙ୍କ କହିଛନ୍ତି ଯେ, ଏହି ମାମଲା ସରଳ ମନେହୁଏ କିନ୍ତୁ ଯଦି ଏହା ପୂର୍ଣ୍ଣ ପରିଣାମ ଉପରେ ଆଲୋଚନା କରାଯାଏ ତେବେ ଏହା ସାମାଜିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । ୟୁଜିସି ଜୁନ ୬, ୨୦୧୪ରେ ଏକ ସର୍କୁଲାର ଜାରି କରିଥିଲା କିନ୍ତୁ ଏହାକୁ ଅଣଦେଖା କରାଯାଇଥିଲା । ଏଥିପାଇଁ କୋର୍ଟ ଦୁଃଖ ପ୍ରକାଶ କରିଛନ୍ତି । ତେବେ ରିତିକାଙ୍କ ସାର୍ଟିଫିକେଟରେ କରେକସନ କରିବା ଲାଗି ୟୁନିର୍ଭସିଟୀକୁ ୧୫ ଦିନ ସମୟ ଦିଆଯାଇଛି ।