fbpx
BSKY SKY
BSKY SKY

BIG BREAKING:ଦେଶରେ ଲାଗୁ ହେଲା CAA, ଅଣମୁସଲିମ୍ ଶରଣାର୍ଥୀଙ୍କୁ ଏବେ ମିଳିବ ନାଗରିକତା

BSKY

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର CAAବିଜ୍ଞପ୍ତି ଜାରି କରିଛନ୍ତି । ଗୃହ ମନ୍ତ୍ରଣାଳୟ ଆଦର୍ଶ ଆଚାର ସଂହିତା ଲାଗୁ ହେବା ପୂର୍ବରୁ ଆଜି ସିଏଏ ନିୟମକୁ ଅଧିସୂଚୀତ କରାଯାଇଛି । ଏହି ନିୟମ ଆଫଗାନିସ୍ତାନ, ପାକିସ୍ତାନ, ବାଙ୍ଗଲାଦେଶରୁ ଭାରତରେ ରହୁଥିବା ଅଳ୍ପସଂଖ୍ୟକଙ୍କ ଭାରତୀୟ ନାଗରିକତା ଆବେଦନକୁ ସୁନିଶ୍ଚିତ କରିବ । ଏଥିପାଇଁ କିଛି ସମୟ ପୂର୍ବରୁ ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି । ପଡୋଶୀ ଦେଶରୁ ଆସିଥିବା ବିସ୍ଥାପିତ ମାନେ କେବଳ ଏହି ପୋର୍ଟାଲରେ ଅନଲାଇନରେ ଆବେଦନ କରିବେ ଓ ଗୃହ ମନ୍ତ୍ରଣାଳୟ ଏହାର ଯାଞ୍ଚ କରି ନାଗରିକତା ପ୍ରଦାନ କରିବ ।

CAA ନିୟମ ଅନୁସାରେ ନାଗରିକତା ପ୍ରଦାନର ପୁରା ଅଧିକାର କେନ୍ଦ୍ର ପାଖରେ ରହିବ । ଏହି –ଜରିଆରେ ଆଫଗାନିସ୍ତାନ, ପାକିସ୍ତାନ, ବାଙ୍ଗଲାଦେଶରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଆସିଥିବା ୬(ହିନ୍ଦୁ, ଇସାଇ, ଶିଖ, ଜୈନ, ବୌଦ୍ଧ, ପାର୍ସି) ଅଳ୍ପସଂଖ୍ୟକଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ ।

Get real time updates directly on you device, subscribe now.