ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫାର୍ମାକ୍ୟୁଟିକାଲ କମ୍ପାନୀ ଏବଂ ଡାକ୍ତରଙ୍କ ମଧ୍ୟରେ ଥିବା tieupକୁ ରୋକିବା ଦିଗରେ ନୂତନ ଗାଇଡ଼ଲାଇନ୍ ଜାରି କରିଛନ୍ତି । ଏହା ସହ ଫାର୍ମା କମ୍ପାନୀ ବିରୋଧରେ ଭୁଲ ପ୍ରାକ୍ଟିସର ଅଭିଯୋଗ କରିବା ପାଇଁ ପ୍ରତି ଫାର୍ମା କମ୍ପାନୀକୁ ନିଜ ୱେବସାଇଟରେ ଏକ ନିର୍ଦ୍ଦିଷ୍ଟ କୋଡର ପାଳନ କରିବାକୁ ପଡ଼ିବ । ମଙ୍ଗଳବାର Chemical and Fertlizersର ଯୁଗ୍ମ ସଚିବ ରବିନ୍ଦ୍ର ପ୍ରତାପ ସିଂହ ସମଗ୍ର ଦେଶରେ ଥିବା ଫାର୍ମାକ୍ୟୁଟିକାଲ କମ୍ପାନୀକୁ ଏକ ଚିଠି ଲେଖିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ ସମସ୍ତ ସଂଗଠନକୁ ଏକ ethics କମିଟି ଗଠନ କରିବାକୁ ପଡ଼ିବ ଏବଂ ସେମାନଙ୍କ ଅଫିସିଆଲ ୱେବସାଇଟରେ ୟୁନିଫର୍ମ କୋଡ୍ ଅଫ୍ ଫାର୍ମକ୍ୟୁଟିକାଲ ମାର୍କେଟିଂ ପ୍ରାକ୍ସିସେସ୍(UCPMP) ବିଷୟରେ ଉଲ୍ଲେଖ କରିବାକୁ ପଡ଼ିବ ।
ଏହି ନୂତନ ଗାଇଡ଼ଲାଇନ୍ ଅନ୍ତର୍ଗତ ବ୍ରାଣ୍ଡ୍ ପ୍ରମୋସନ ନାଁରେ ହେଉଥିବା ଭୁଲ ବିଜ୍ଞାପନ ପ୍ରାକ୍ଟିସ ଉପରେ ରୋକ ଲାଗି ପାରିବ । ଫାର୍ମା କମ୍ପାନୀ ବା ତାଙ୍କ ଏଜେଣ୍ଟ କୌଣସି ଡାକ୍ତର କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ କିଛି ବି ଉପହାର ଦେଇପାରିବେ ନାହିଁ । ଏହା ସହ ବିଦେଶ ଗସ୍ତ କରିବା ପାଇଁ ପ୍ରସ୍ତାବ, ଫାଇଭ୍ ଷ୍ଟାର ହୋଟେଲରେ ରହଣି, ରିସର୍ଟରେ ଐଶ କରିବା ଏବଂ ମହଙ୍ଗା ବ୍ୟଞ୍ଜନର ଅଫର ଦେଇପାରିବେ ନାହିଁ । କେବଳ କ୍ୟୁାଲିଫାଇଡ୍ ଡାକ୍ତରଙ୍କୁ ଫ୍ରି ସାମ୍ପଲ ଦିଆଯିବ । ଫ୍ରି ସାମ୍ପଲ ସମ୍ବନ୍ଧୀୟ ସମସ୍ତ ବିବରଣୀ ଯେପରି କେତେ ସାମ୍ପଲ ଦିଆଯାଇଛି, କେଉଁ ଡାକ୍ତରକୁ ଦିଆଯାଇଛି, ପ୍ରଡ଼କ୍ଟର ନାଁ, ମୋଟ୍ ମୂଲ୍ୟ ଇତ୍ୟାଦି ବିଷୟରେ ନୋଟ୍ କରି ଲେଖା ହେବ ।