fbpx

ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ, ମେୟରଙ୍କ ସହ ସଫଳ ହେଲା ଆଲୋଚନା

ଓଡ଼ିଶା ଭାସ୍କର: ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ । ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ସଫେଇ କର୍ମଚାରୀ । ଦରମା ବୃଦ୍ଧି ସହ ୨ ଦଫା ଦାବି ସହ ୧୫ ହଜାର ଟଙ୍କା ଦରମା ଦାବରେ ଆନ୍ଦୋଳନ କରିଥିଲେ ସଫେଇ କର୍ମଚାରୀ । ସୂଚନାରୁ ପ୍ରକାଶ ମେୟରଙ୍କ ବାସ ଭବନରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଲୋଚନା ସଫଳ ହେଇଥିବା କହିଛନ୍ତି ସଫେଇ ସଂଘର ସମ୍ପାଦକ । ତେବେ ୨ ଦିନ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଅଳିଆ ପୃଥକୀକରଣ ପାଇଁ ୧୫ ଦିନ ସମୟ ନେଇଛି ବିଏମସି ।

Get real time updates directly on you device, subscribe now.